କୋରଡ଼ା ଗ୍ରାମ ନିକଟରେ ହାତୀ ଉପଦ୍ରଵ, ବଗିଚାରେ ପଶି ନଷ୍ଟକଲେ ଫସଲ.

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ ର ରଗଡିମଡ।ସରଂକ୍ଷିତ ଜଙ୍ଗଲ କଖାରୁମଡା ନିକଟରେ ଜଣେ ବ୍ୟକ୍ତିଙ୍କ ବଗିଚାରେ କାଲି ବିଳମ୍ବିତ ରାତିରେ ସାତୋଟି ହାତୀ ପଶିଯାଇଥିଲେ.ବନ ବିଭାଗ ଠାରୁ ମିଳିଥିବା ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ସାତୋଟି ହାତୀ କୋରଡ଼ା ଗ୍ରାମର ଅଚୁତ ଖଣ୍ଡୁଆଳ, ଅଧିକାରୀ ଖଣ୍ଡୁଆଳ ଓ ସ୍ବର୍ଗତ ଗଙ୍ଗା ଖଣ୍ଡୁଆଳଙ୍କ କଖାରୁମଡ଼ା ଅଂଚଳରେ ଥିବା ବଗିଚାରେ ପଶିଯାଇଥିଲେ. ବଗିଚାରେ ପସି ନଡ଼ିଆ, କଦଳୀ, କଖାରୁ ଗଛ ଭାଙ୍ଗିବା ସହିତ ପାଖରେ ଥିବା ପୋଖରୀରେ ପସି ଯିବା ଦ୍ୱାରା ମାଛମଧ୍ୟ ମରିଯାଇଛନ୍ତି.


ଏ ଖବାର ବନବିଭାଗ ଜାଣିବା ପରେ ଘଟଣାକୁ ସ୍ଥଳରେ ପହଂଚି ଘଟଣାକୁ ଅନୁସନ୍ଧାନ କରିଥିଲେ. ସମସ୍ତ କ୍ଷୟ କ୍ଷତିର ଆକଳନ କରିଥିଲେ. ଘଟଣା ସ୍ଥଳରେ  ମହୀତମା ସେକସନ ବନପାଳ ରାକେଶ କୁମାର ସାହୁ, ବନରଖି ଅର୍ଧେନ୍ଦୁ ପରିଡା ଏବଂ ବନବିଭାଗର ସମସ୍ତ ସ୍କ୍ୱାଡ଼ ଉପସ୍ଥିତ ରହିଥିଲେ. ହାତୀ ଙ୍କୁ ଘଉଡ଼ାଇବା ପାଈଁ କାଲିଠାରୁ ବନବିଭାଗା ତାର କାର୍ଯ୍ୟରେ ଲାଗିପଡ଼ିଛି।ପାଖରେ ରେଳ ଧାରଣା ଯାଇଥିବାରୁ ଟ୍ରେନ ର ଗତି ରୋକିବା ନିମନ୍ତେ ମଧ୍ୟ ଖୋର୍ଦ୍ଧା ରେଲୱେ କଣ୍ଟ୍ରୋଲ ରୁମ୍ କୁ ସୂଚନା ଦିଆଯାଇଛି। ସମସ୍ତ ଦୁର୍ଘଟଣା କୁ ଏଡାଇବା ପାଇଁ ସବୁ ଟ୍ରେନ ର ଗତି 20 km ପର ଘଣ୍ଟା ଯିବା ପାଇଁ ସୂଚନା ଦିଆଯାଇଛି। କୋରଡ଼ା ଜଙ୍ଗଳକୁ ହାତୀ ଆସିଥିବାରୁ ଜନସାଧାରଣ ଙ୍କୁ ସତର୍କ ରହିବାକୁ ବନବିଭାଗ ତରଫରୁ  ସୂଚନା ଦିଆଯାଇଛି। ବନ ବିଭାଗ ତରଫରୁ ହାତୀ ମାନଙ୍କର ଗତି ବିଧି ପରଖିବା ନିମନ୍ତେ ଦିନ ରାତି ପେଟ୍ରୋଲିଙ୍ଗ କରାଯାଉଅଛି।

Post a Comment

0 Comments