ବେଲପା ନଦୀରେ ବନ୍ୟାଜଳ ଆଜି ଜଗନ୍ନାରହାପ୍ରସାଦ ଯାତାୟାତ ଠପ

 .


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ମଧ୍ୟରେ ଥିବା ସୋରଡ଼ା ଠାରୁ ଜଗନ୍ନାଥପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବେଲପା ନଦୀରେ ଆଜି ପ୍ରବଳ ଜଳପ୍ରବାହ ଦେଖି ବାକୁ ମିଳିଥିଲା ଯାହାକି ସୋରଡ଼ା ଠାରୁ ଜଗନ୍ନାଥପ୍ରସାଦକୁ ଯାତାୟାତ ଠପ ହୋଇଯାଇଛି. କାରଣ ଆଜି ଲଘୁଚାପ ଜନିତବର୍ଷା ଦିନ ତମାମ ଲାଗିରହିଛି ସେଥିପାଇଁ ବେଲପା ନଦୀରେ ଜଳସ୍ତର ବଢିଯାଇଛି. ନଦୀରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଯାହାକି ଲୁହା ପ୍ଲେଟ ମାଧ୍ୟମରେ କରାଯାଇଛି l


ବନ୍ୟାଜଳ ଆସିବା ଦ୍ବାରା ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲରେ ଯାତାୟାତ କରିବା ପାଈଁ ବାରଣ କରାଯାଉଛି.କାରଣ ନଦୀରେ ଜଳସ୍ତର ବଢିବା ଦ୍ୱାରା ଓଜନ ଗାଡି ଓ ଜନସାଧରଣ ସେହି ଅସ୍ଥାୟୀ ପୋଲରେ ଯାତାୟାତ କଲେ ଦୃଘ୍ ଟଣା ଘଟିବାର ଆଶଙ୍କା ରହିଛି l ସେଥିପାଇଁ ସରକାରଙ୍କ ତରୁଫରୁ ଅସ୍ଥlଇ ରାସ୍ତରେ ଜିବା ପାଇଁ ବାରଣ କରାଯାଇଛି l ଆରଡ଼ି ବିଭାଗର ଯନ୍ତ୍ରୀ ଓ ଏସ ଡି ଓ ବେଲପ୍l ନଦୀ ପାଖରେ ଉପସ୍ଥିତ ରହି ଜନସାଧରଣଙ୍କୁ ଯିବା ପାଇଁ ବରଣ କରିଛନ୍ତି. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଉପସ୍ଥିତ ରହିଥିବାର ସୂଚନା ମିଳିଛି l

Post a Comment

0 Comments