ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନିକଟରେ ଯାଇଥିବା ଟ୍ରେନ ଲାଇନରେ ଦୃଘଟଣା ଘଟି ଜଣେ ଯୁବକ ମୃତ. ସୂଚନା ମୁତାବକ ଭୁବନେଶ୍ୱରରୁ ନୂଆଗାଁ ଷ୍ଟେସନ ଅଭିମୁଖେ ଆସୁଥିବା ମେମୋ ଟ୍ରେନ ନଂ 08429 ସମୟ 12ଘଟିକା 20ସମୟରେ ପଞ୍ଚୁ ପାଣ୍ଡବ ସରଂକ୍ଷିତ ଜଙ୍ଗଗଲ ଅତିକ୍ରମ କରୁଥିବା ସମୟରେ ଟ୍ରେନ ଲାଇନ ଉପରକୁ ଯୁବକ ଜଣକ ଚାଲି ଆସିଥିଲେ.ଯହାଦ୍ୱାରା ଟ୍ରେନ ସହିତ ଯୁବ ଧକା ହୋଇଥିଲା.ସେ ଯୁବକ ଜଣକ ହେଲେ ଉଦୟପୁର ଗ୍ରାମର ନନ୍ଦ କିଶୋର ନାୟକ ବୟସ 22, ପିତା କବିରାଜ ନାୟକ ଙ୍କ ପୁଅ ବୋଲି ଜଣା ପଡିଛି. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଦଶପଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ. ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ନୂଆଗାଁ ଥାନା ଅଧିକାରୀ ନାରାୟଣ ଚରଣ ଲେଙ୍କା ସୂଚନା ଦେଇଛନ୍ତି. ଏ ନେଇ 2/23 ଏକ ଅପମୃତ ମାମଲା ରୁଜୁ କରାଯାଇଛି. ଅନ୍ୟ ପଟେ ଜନସାଧାରଣ ଯୁବ ଜଣକ ସେଲ୍ଫି ନେଇଥିବା ସମୟରେ ଏଭଳି ଦୃଘଟଣା ଘଟିଛି ବୋଲି ଆଲୋଚନା ହୋଉଛି.
0 Comments