ନୟାଗଡ଼ ଜିଲ୍ଲା (ନୂଆଗାଁ )୭୫ତମ ସ୍ଵାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ ନୂଆଗାଁ ବ୍ଲକରେ ଆଜାଦି କା ଅମୃତ Mohastav ପାଳନ କରାଯାଇଛି। ଏହି ଅବସରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଟି କୋ ନମନ୍ ଓ ବିରୋକ ବନ୍ଦନ୍ ନିମନ୍ତେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆଗାଁ ବ୍ଲକ୍ ପ୍ରଶାସନ ଓ ନୂଆଗାଁ ଗ୍ରାମପଞ୍ଚାୟତ ଆନୁକୁଲ୍ୟରେ ମେଡିକାଲ ପୋଖରୀ ଠାରେ ବୃକ୍ଷରୋପଣ କରା ଯାଇଥିଲା। ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଏପିଓ ଅମରେନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର, ନୂଆଗାଁ ଗ୍ରାମପଞ୍ଚାୟତ ସରପଂଚ ଅମିତ ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ସାସମଲ୍, GRS ଇନ୍ଦ୍ରାଣୀ ଜେନା, ନୂଆଗାଁ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ପ୍ରକାଶ କୁମାର ନାୟକ, ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଉପସ୍ଥିତ SHG ସଦସ୍ୟ ଓ ଗ୍ରାମବାସୀ ଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ।
ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମବାସୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହା ପୂର୍ବରୁ *ବିରୋକୋ ବନ୍ଦନ* କାର୍ଯ୍ୟକ୍ରମ ଜରିଆରେ ନୂଆଗାଁ ବ୍ଲକ୍ ର ୨୨ ଟି ଗ୍ରାମ ପଞ୍ଚାୟତ ରୁ ମାଟି ସଂଗ୍ରହ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏବଂ GPEO ସାଧୁ ଚରଣ ସାହୁ ଓ ଏପିଓ ଅମରେନ୍ଦ୍ର ସାହୁଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ବିଭାଗ କୁ ପଠା ଯାଇଛି। ସେଠାରୁ ଏହି ମାଟି ରାଜ୍ୟ ଓ ରାଜ୍ୟରୁ ଦିଲ୍ଲୀ ପଠାଯିବ ବୋଲି ସୂଚନା ମିଳିଛି।
ନୂଆଗାଁ ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଚାଲୁଅଛି। ଏବଂ ଆସନ୍ତା କାଲି ୧୫ ତାରିଖ ରେ ଅମୃତ ସରୋବର ନିକଟରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ବୃକ୍ଷ ରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
0 Comments