ନୟାଗଡ଼ ଜିଲ୍ଲାର ଦୁର୍ଦ୍ଦୁରା ଗାଁର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂଗ୍ରହାକ ସଞ୍ଜୟ କୁମାର ସାହୁଙ୍କୁ ଆଇ ଆଇ ଟି ଅରୁଗଳୁ ଭୁବନେଶ୍ୱର ଠାରେ ଜାତୀୟ ଲାଇବ୍ରେରୀରାଆନ୍ ଦିବସରେ ରାଜ୍ୟ ସ୍ତରୀୟ ସମ୍ମାନୀତ କରାଯାଇଛି। ଏହି ସଂଗ୍ରହାଳୟରେ ତାଳପତ୍ର ପୋଥି, ବିଭିନ୍ନ ପୁରୁଣା ପୁସ୍ତକ, ମାଟି ସାମଗ୍ରୀ ସହ ଦେଶ ବିଦେଶରୁ ସଂଗୃହିତ ହୋଇଥିବା ଖବରକାଗଜ, ମୁଦ୍ରା,ନୋଟ୍ ଡାକ ଟିକଟ ସହ ଅନ୍ୟାନ୍ୟ ଉପକରଣକୁ ସାଇତି ନିଜେ ସଞ୍ଜୟ ସାଇତି ରଖି ଏକ ପାଠାଗାର ନିର୍ମାଣ କରାଇବାରେ ପନ୍ଦରର ବର୍ଷ ହେବ ଗାଁ ଗାଁ ବୁଲି ସଂଗ୍ରହ କରି ସାଇତି ରଖିଥିବା ଜଣାପଡିଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି ଡାଇରେକ୍ଟର ପ୍ରଫେସର ଶ୍ରୀ ପଦ କରମଲକର ,ଓଡ଼ିଶା ଲାଇବ୍ରେରୀ ଏକାଡେମୀର ସଭାପତି ଡ଼ ଵାନାମ୍ଵର ସାହୁ, ଡ଼ ସୁଭଙ୍କର ପତିଙ୍କ ସହ ଆଇଆଇଟିର ସଂପାଦକ ଡ଼ ବିଭୁତି ଭୁଷଣ ସାହୁ ଉପସ୍ଥିତ ରହି ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ।
0 Comments