ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ସ୍ଥାନ ପାଇଥିବା ଜିଲ୍ଲାର ଏକ ମାତ୍ରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୀପୁର. ଆଜି ଅନୁଷ୍ଠାନିକ ଭାବରେ ମହୀପୁର ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ପ୍ରଥମ କରି ନାମ ଲେଖାଇଥିବା ଚଳିତ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା । ବିଦ୍ୟାଳୟର ଅଧକ୍ଷ ନିରଞ୍ଜନ ଦାସଙ୍କ ଅଧକ୍ଷତାରେ ଅଜୀବ ଏହି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ସନ୍ନମାନୀତ ଅତିଥିଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥଲେ. ତତ ସହିତ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରାୟନିଧି ଶଙ୍କର୍ଷଣ ବେହେରା, ୧୭ଜିଲ୍ଲା ପରିଷଦନ ଙ୍କ ପ୍ରତିନିଧି,ସ୍ଥାନୀୟ ମହୀପୁର ସରପଞ୍ଚ, ସମିତି, ବଡଗୋଠ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି, ସମିତିସଭ୍ୟ, ବିଧ୍ୟାଳୟ ପରିଚାଳନା କମିଟି ଏବଂ ଅଂଚଳର ଶିକ୍ଷତାବିତ ଓ ବୁଦ୍ଧିଜୀବୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରି ଉପସ୍ଥିତ ରହିଥିଲେ। ଅଞ୍ଚରେ ପ୍ରଥମ କରି ଆରମ୍ଭ ହୋଇଥିବା +୨ କଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ପ୍ରଥମ କରି ବିଦ୍ୟାଳୟର ପ୍ରଥମ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପ୍ରବେଶ ସହିତ ସ୍ୱାଗତ ସମ୍ବର୍ଦ୍ଧନା ଅଂଚଳରେ ଖୁସିର ଲହରୀ ଖେଳାଇ ଦେଇଥିଲା। ବହୁଦିନର ସ୍ବପ୍ନ ଆଜି ସାକାର ହୋଇଅଛି। ଆଖପାଖର ୫ ଗୋଟି ପଞ୍ଚାୟତର ଛାତ୍ର ଛାତ୍ରୀ ଉପକୃତ ହେବେ ।
ପ୍ରଥମ ବର୍ଷ ସମସ୍ତ ୧୨୮ ସିଟ ରେ ଛାତ୍ର ଛାତ୍ରୀ ନାମଲେଖିଛନ୍ତି ସୂଚନା ମିଳୁଛି. ମାନ୍ୟବର ବିଧାୟକ ଆଜିର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ନୂତନକରି ନାମଲେଖାଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ପରିସରରେ ନୂତନ କରି ଆରମ୍ଭ ହୋଇଥିବା ଧନ୍ଦାମୂଳକ ଶିକ୍ଷାର ଆପାରେଲ୍ ବିଭାଗର ଲାବ୍ରୋଟୋରୀ ଶୁଭ ଉଦ୍ଘାଟନ କରିଥିଲେ । ସେସରେ ମାନ୍ୟବର ବିଧାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
0 Comments