ଶିକ୍ଷକ ପଦବି ଦାବିରେ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ସମୁଖରେ ଧାରଣା.



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଚାହାଳି ଜନଶକ୍ତି ହାଇସ୍କୁଲ ସମୁଖରେ ଛାତ୍ର ଛାତ୍ରୀ ଅବିଭାବକ ଓ ଅଂଚଳବାସୀ ଧାରନାରେ ବସି ଅଛନ୍ତି. ସୂଚନା ମୁତାବକ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ତଥା ଶିକ୍ଷକ ଅଭାବ, ଶ୍ରେଣୀଗୃହ ଅଭାବ, ପାଣିର ଅଭାବ ସବୁ ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମସ୍ୟାର ସମଧାନ ହୋଇନାହିଁ. ସେଥିପାଇଁ ଆଜି ଉଚ୍ଚ ବିଦ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି ଛାତ୍ର ଛାତ୍ରୀ ଅଭିଭାବକ, ସ୍କୁଲ ପରିଚନା କମିଟି.ଦୀର୍ଘ ସମୟ ଧାରୀ ଧାରଣାରେ ବସିବା ପରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ  ପହଂଚି ଲିଖିତ ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ. ପ୍ରତିଶୁତି ଅନୁସାରେ ଆଜି ଜଣେ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା ପାର୍ବରୀ ସମୟରେ ଆଉଜଣେ ଶିକ୍ଷକ ଦିଆଯାଯିବ ନେଇ ଅତିତିକ୍ତ ଶିକ୍ଷା ଅଧିକାରୀ କହିଥିଲେ

Post a Comment

0 Comments