ଆଞ୍ଚଳିକ ସାଧନ କେନ୍ଦ୍ର ସଂପଡ଼ାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି |

 


ନୟାଗଡ଼ ଜିଲ୍ଲା ଚିନ୍ତାମବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଭୀମସେନ ସାହୁଙ୍କ ସଭାପତିତ୍ଵରେ ଏବଂ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରାଙ୍କ ସଂଯୋଜନା ରେ ଗୋହିରୀ ବାଦୁ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ସେବକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପ୍ରଧାନ ଏବଂ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ର କିରାଣୀ ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |

ନୂତନ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲ୍ଲିକ୍ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରାଢିପି ) ଶ୍ରୀଯୁକ୍ତ କୁଳମଣି ନାଏକ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣିଗିରୀ ) ଙ୍କୁ ସ୍ଵାଗତ କରାଯାଇଥିଲା ଉକ୍ତ ସଭାରେ ଶ୍ରୀଯୁକ୍ତ ଫୁଲୋଚନ କହଁର ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ା ଶ୍ରୀଯୁକ୍ତ ରାକେଶ କୁମାର ଘଡେଇ ଆଞ୍ଚଳିକ ସାଧନ କେନ୍ଦ୍ର ଦୁର୍ଦ୍ଧରା ଏବଂ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୀଳାଦ୍ରୀପୁର ଅତିଥି ରୂପେ ଯୋଗଦେଇଥିଲେ | କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Post a Comment

0 Comments