ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜନଶକ୍ତି ହାଇସ୍କୁଲ ଚାହାଳି ମଧ୍ୟରେ ୫୧ତମ ପ୍ରତିଷ୍ଠା ଦିବସ , ୭୪ ତମ ବନ ମହୋତ୍ସବ ଓ SPC (Student Police Cadet) ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷ୍ୟ ନିରଞ୍ଜନ ଦାସ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା ଦିବସ ପାଳନ ଅବସରରେ ରଚନା ,ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ୩ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଟ୍ରଫି ସହ ୧000 ଟଙ୍କା ପ୍ରଦାନ କରାଯାଇଛି ।
ତତ ସହିତ ୭୪ ତମ ବନମୋହଶ୍ଚାବ ପାଳନ କରାଯାଇ ବିଦ୍ୟାଳୟ ପରିସରରରେ ବହୁ ମୁଲ୍ଯବାନ ଗଛ ରୋପଣ କରଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ମନରେ ଏକ ନିଆରା ଖୁସି ଦେଖିବାକୁ ମିଳିଥିଲା । ଆଜିର ଏହି ଯୁଗ୍ମ କାର୍ଯ୍ୟକ୍ରମରେ , ସଦର ଥାନାର IIC ମହୋଦୟା ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଆଲୁମିନି କମିଟିର ସମସ୍ତ ସଦସ୍ୟ , ଏସମସୀ ଚେୟାରମାନ ଉପସ୍ଥିତ ରହିଥିଲେ । spc ର ଉଦ୍ଦେଶ୍ଯ ଛାତ୍ର ଛାତ୍ରୀମାନଙ୍କୁ - ପୋଲିସର ସମାଜ ପାଇଁ କଣ ସବୁ ଭୂମିକା ରହିଛି ସେ ନେଇ ସଚେତନ କରଯାଇଥିଲା ।
0 Comments