ଡାକ୍ତରଙ୍କ ପ୍ରଚେଷ୍ଠାରେ ନୂଆ ଜୀବନ ପାଇଲେ ବିଶ୍ବରଂଜନ

 


 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମର ବିଶ୍ବରଂଜନ ପ୍ରଧାନ ୬ ବର୍ଷର ଶିଶୁ ଏକ ଅଜଣା ରୋଗରେ ପୀଡିତ ଥିଲେ। ବାପା ମା ଙ୍କର ବହୁ ଚେଷ୍ଟା ପରେ ଅଜଣା ରୋଗକୁ ଚିକିତ୍ସା କରିବାରେ ସମ୍ଭବ ହେଉନଥିଲା। ଫଳରେ ବାପା ମା ମନ ଦୁଃଖରେ କାଳତିପାତ କରୁଥିଲେ। ଗତ ବର୍ଷ ବିଶ୍ବରଂଜନ କୁ ଜ୍ଵର ହେଇଥିଲା ବାପା ମା ପୁଟିକୁ ଭଲ କରିବା ପାଇଁ ନୂଆଗାଁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପୁଅର ଜ୍ଵର ଭଲ ନହେବାରୁ ମହିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସା ହେଉଥିବା ପରେ ତାର ମସ୍ତିଷ୍କର ଟିବି ରୋଗ ହୋଇଥିବା ଡ଼ାକ୍ତର ଜାଣିଲେ। କିଛି ଦିନ କଟକ ମେଡିକାଲ ରେ ଚିକିତ୍ସା ହେବା ପରେ ବିଶ୍ବରଂଜନ ନିଜ ଗାଁ କୁ ଫେରି ଆସିଥିଲେ। ପୁଣି ତାର ଦେହ ଅତ୍ୟନ୍ତ ଖରାପ ହେବାରୁ ସ୍ଵାସ୍ଥ୍ୟ ବିଭାଗର ପ୍ରତେଖ୍ୟ ତତ୍ବାବଧାନରେ ଟିବି ରୋଗ ଔଷଧ ଖାଇବା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ପଠେଇଥିଲେ। ତାର ଦେହର 

 ଓଜନ ଏବଂ ଅବସ୍ଥା ଭଲ ନଥିବାରୁ ଯେଉଁଥି ପାଇଁ ତାକୁ ଅପରେସନ କରିବା ସମ୍ଭବ ହେଉନଥିଲା। ଏଭଳି ଅବସ୍ଥା ଭିତରେ ମହିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ସତୀଶ ନିବେଦନ, ବରିଷ୍ଠ ଚିକିତ୍ସା ଅଧିକାରୀ ବିଶ୍ବରଂଜନ ଦଳେଇ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ତାଙ୍କ ଘରେ ପହଞ୍ଚି ଚିକିତ୍ସା କରୁଥିଲେ। ଏହି ଖବର ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପାଖରେ ପହଞ୍ଚିବା ପରେ ଡିମିରିପଲ୍ଲୀ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ସୌମେନ୍ଦ୍ର କୁମାର ସାହୁ ପୌଷ୍ୟ ପୁତ୍ର ଗ୍ରହଣ କରିଥିବା ପରେ ପ୍ରତି ମାସରେ ଫୁଡ୍ ବକ୍ସ ପ୍ରଦାନ କରୁଥିଲେ। ଡାକ୍ତର ମାନଙ୍କର ନିଷ୍ଠାପର ପ୍ରଚେଷ୍ଠା ଯୋଗୁଁ ବିଶ୍ବରଂଜନ ର ସ୍ଵାସ୍ଥ୍ୟ ଉନ୍ନତି ଆସିବା ପରେ ଏମ୍ସ ମେଡ଼ିକାଲରେ ବ୍ରେନ୍ ଅପରେସନ ହୋଇଥିଲା ଭଗବାନଙ୍କ ଆଶୀର୍ବାଦରୁ ଘରେ ଭଲରେ ଥିବା ବେଳେ ମହିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଟିବି ବିଭାଗ ପକ୍ଷରୁ ପ୍ରତି ମାସରେ ଫୁଡ୍ ବକ୍ସ, ମେଡ଼ିସିନ ଦେଇ ଚିକିତ୍ସା ଜାରି ରଖିଛନ୍ତି।

Post a Comment

0 Comments