ନୂଆଗାଁ ଠାରୁ ଓଡ଼ଗାଁ ପି ଡ଼ବ୍ଲୁ ଡି ରାସ୍ତାର ପ୍ରସସ୍ତ କରଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

 


ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରୁ ବାହାଡ଼ଝୋଲା ଦେଇ ନୂଆଗାଁ ପି ଡବ୍ଲୁ ଡି ରାସ୍ତାର ଗୁମି ପର୍ଯ୍ୟନ୍ତ ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ପାଇଁ ଅଟକଳ ମୂଲ୍ୟ ୨୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯିବା ସହ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କ ତରଫରୁ ଏକ କୃତଜ୍ଞତା ସଭା ବା ବା ଦୁତିକେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା , ସ୍ଥାପକ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ,ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ନୂଆଗାଁ ବ୍ଲକ ବିଜେଡ଼ି ସଭାପତି ସନାତନ ସାମଲ , ବ୍ଳକ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ବ୍ଳକ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ସମେତ ନୂଆଗାଁ ବ୍ଲକର ୨୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏବଂ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ପ୍ରମୁଖ ଯୋଗଦେଇଥିଲେ।


Post a Comment

0 Comments