ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ 74ତମ ବନମୋହସ୍ଛବ ଅନୁଷ୍ଠିତ.

 


ନୟାଗଡ଼ ଜିଲ୍ଲା ମହୀପୁର ବଞ୍ଚଳ ଅଧିନସ୍ଥ ମହୀତମା ଓ ଗୁମି ସେକ୍ସନ ମଧ୍ୟରେ 74ତମ ବନ ମହାତ୍ସବ ଅନୁଷ୍ଠିତ .ଶ୍ୟାମଳ ବନଶ୍ରୀରେ ସୁମଣ୍ଡିତା ପ୍ରକୃତିର ପ୍ରିୟ ଭୂମି ଭାରତବର୍ଷ ତା’ର ରମ୍ୟ କୋଳରେ ବହୁ ଜଗତପ୍ରସିଦ୍ଧ ଯୋଗୀ, ଋଷି, ତ୍ୟାଗୀ ଏବଂ ବୀର ସନ୍ତାନମାନଙ୍କୁ ପାଳନ କରି ବିଶ୍ୱବନ୍ଦା ହୋଇପାରିଛି । ଅରଣ୍ୟ ସଭ୍ୟତାର ପ୍ରତିଭୁ ଏହି ସୁମହାନ ଭାରତ ଭୂମିର ଆଧ୍ୟାତ୍ମିକ ଚିନ୍ତା ଅତୀତରେ ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା । ଆଜି କିନ୍ତୁ କେତେକ ଆଦୈବିକ କାରଣବଶତଃ ଅରଣ୍ୟଭୂମି ଛୁଟିଛି ବିଲୁପ୍ତିର ପଥେ । ଏଇ ମରୁଭୂମି ରୁ କିପରି ଅରଣ୍ୟ କରାଯାଇପାରିବ ତାହା ସବୁବେଳେ ଚେଷ୍ଟିତ।ତେଣୁ ଅଦ୍ୟ ତା 01.07.23 ରିଖ ମହିତମ। ରାଜସ୍ବ ବିଭାଗ କାର୍ଯ୍ୟାଳୟ ମହୀତମା ମଧ୍ୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି।ପ୍ରତି ବର୍ଷ ଭଳି ଏଇ ବରଷ ମଧ୍ୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଅଛି।ଆଜି ଅଫିସ ମଧରେ 20 ଟି ବୃକ୍ଷ ରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ରାଜସ୍ବ ନିରୀକ୍ଷକ ମଞ୍ଜିତ୍ ଶର୍ମା ମହୀତମା ଗ୍ରାମର ସେକ୍ରେଟାରୀ ,ମହୀତମା ଫରେଷ୍ଟର ରାକେଶ କୁମାର ସାହୁ ଏବଂ ଗ୍ରାମର ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ତତ ସହିତ ଗୁମି ସେକ୍ସନ ମଧ୍ୟରେ ଥିବା ପାଲବା ଜଙ୍ଗଲ କମ୍ପାପାଟମେଣ୍ଟ ପାଞ୍ଚ ମଧ୍ୟ୍ୟରେ ଏକହଜାର ଗଛ ଲଗାଯାଇଛି. ସ୍ଥାନୀୟ ସରପଞ୍ଚ ଓ ଶମିତିସଭ୍ୟ ସମେତ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇହିଲେ. ଗୁମି ସେକସନ ବନପାଳ ପବିତ୍ର ମୋହନ ପରିଡା ଓ ସମସ୍ତ ବନ କର୍ମଚାରୀ ଆଜିର ଏହି ବନ ମହୋତ୍ସବ ଯୋଗଦେଇଥିଲେ.

ବୃକ୍ଷ ହେଉଚି ଜୀବଜଗତର ଅମୁଲ୍ୟ ସଂପଦ. ଜୀବଜଗତ କୁ ଖାଦ୍ୟ ଯୋଗାଇ ଥାଏ  ବୃକ୍ଷ. ବୃକ୍ଷ ନିସ୍ଵାର୍ଥପାର ଭାବରେ ଜୀବଜଗତ ବଂଚିବା ପାଈଁ ସମସ୍ତ ପ୍ରକାର ମୂଲ୍ୟବାନ ଜିନିଷ ଯୋଗାଇ ଥାଏ. ଚାଲ ସମେ ସମସ୍ତେ ଶପଥ ନେବା ବୃକ୍ଷ ରୋପଣ କରିବା.


Post a Comment

0 Comments