ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜାକେଡ଼ା ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ ଶିମିଳିସାହି ଟି ବିଭିନ୍ନ ସମସ୍ୟା ନେଇ ଗତି କରୁଥିଲା । ଉକ୍ତ ହାଇସ୍କୁଲ୍ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ପାଖାପାଖି ୧୫ ଗୋଟି ଗ୍ରାମର ଛାତ୍ର ଛାତ୍ରୀ ମାନେ ଏଠାରେ ପାଠ ପଢିବା ପାଇଁ ନିର୍ଭର କରୁଥିଲେ। ଛାତ୍ର ଛାତ୍ରୀ ମାନେ ପାଠ ପଢିବା ନିମନ୍ତେ ଆବଶ୍ୟକୀୟ ମୌଳିକ ସୁବିଧା ଗୁଡ଼ିକ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମ ପ୍ରକାଶ ହେବା ପରେ ଏ ନେଇ ସ୍ଥାନୀୟ ଜନସାଧାରଣ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଦୃଷ୍ଟି ଗୋଚରକୁ ଆଣିଥିଲେ। ବିଧାୟକ ଶ୍ରୀ ବେହେରା ବିଦ୍ୟାଳୟ ପରିକ୍ରମା କରିବା ସହ ଛାତ୍ର ଛାତ୍ରୀ, ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ଏହି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କିଭଳି ଭାବରେ ଉକ୍ତ ବିଦ୍ୟାଳୟଟି କୁ ରାଜ୍ୟ ସରକାଙ୍କର 5ଟି ରେ ସାମିଲ୍ ହେବ ସେ ନେଇ ପ୍ରୟାସ କରିଥିଲେ। ବର୍ତ୍ତମାନ ଉକ୍ତ ହାଇସ୍କୁଲ୍ ଟି ରାଜ୍ୟ ସରକାରଙ୍କ 5ଟି ରେ ସାମିଲ୍ ହୋଇଥିବାରୁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଥିଲେ।
0 Comments