ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଳଷ୍ଟର ଅଧୀନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋରଡ଼ା ଠାରେ ଭାରତ ସରକାରଙ୍କ G20 ଶୈକ୍ଷିକ କାର୍ଯକ୍ରମ ଅନ୍ତର୍ଗତ ଜନଭାଗୀଦାରୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଳଷ୍ଟର ଅଧୀନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋରଡ଼ା ଠାରେ ଭାରତ ସରକାରଙ୍କ G20 ଶୈକ୍ଷିକ କାର୍ଯକ୍ରମ ଅନ୍ତର୍ଗତ ଜନଭାଗୀଦାରୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ କବିତା କୁମାରୀ ଦାଶ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୋରଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ ନାଏକ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଂପୃକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମଞ୍ଜରୀ ବାହିନୀପତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭାବେ ଯୋଗଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀନିବାସ ରଥ କାର୍ଯ୍ୟକ୍ରମକୁ ଉତ୍ତମ ରୂପେ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀ ମତୀ କବିତା ମଞ୍ଜରୀ ବାହିନୀପତି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୋଟ 30ଜଣ ଅଭିଭାବକ,10ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତଥା 1ମ ରୁ 3ୟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ଶାରୀରିକ ବ୍ୟାୟାମ,ଗଳ୍ପ କଥନ ତଥା ଉତ୍ତମ ସ୍ୱାସ୍ଥ୍ୟରକ୍ଷା ସଂପର୍କିତ କାର୍ଯକ୍ରମ କରାଯାଇଥିଲା।

Post a Comment

0 Comments