ଭାରତ ସରକାର ଙ୍କ G20 ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରୀତା କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ ନନ୍ଦିଘୋଷପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ କାର୍ଯ୍ୟକ୍ରମକୁ CRCC ବିଜୟ କୁମାର ବେହେରା ଉଦ୍ଘାଟନ କରିଥିଲେ | ମହିପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ତ୍ରିନାଥ ବେହେରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ନୀଳାଦ୍ରିପୁର କ୍ଳଷ୍ଟରର ପୂର୍ବତନ CRCC ଶ୍ରୀଯୁକ୍ତ ଧିରେନ୍ଦ୍ର କୁମାର ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା ଯୋଗଦାନ କରିଥିଲେ | ନୀଳାଦ୍ରିପୁର କ୍ଳଷ୍ଟରର କ୍ଳଷ୍ଟର ସଂଯୋଜକ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ଲକ୍ଷଣ ଓ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା କରିଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ନନ୍ଦିଘୋଷପୁର ର ସହ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ଶାରିରୀକ ବ୍ୟାୟାମ , ଗଣିତ ଓ ଭାଷା ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗଳ୍ପ କଥନ ଅଭିଭାବକଙ୍କ ଚିଠି ସମ୍ବନ୍ଧିତ ଆଲୋଚନା କରିଥିଲେ।ପୂର୍ବତନ CRCC ଶ୍ରୀଯୁକ୍ତ ଧିରେନ୍ଦ୍ର କୁମାର ସାହୁ ଶିକ୍ଷାର୍ଥୀଙ୍କ ଉତ୍ତମ ସ୍ୱାସ୍ଥ୍ୟଭ୍ୟାସ ସଂମ୍ଵନ୍ଧିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା ଜନ ଭାଗିତାରୀତା ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶପଥ ପାଠ ଓ ଅନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୧୫ ଜଣ ଶିକ୍ଷାର୍ଥୀ ୧୭ ଜଣ ଅଭିଭାବକ ଓ ୪ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ |
0 Comments