ଶେଷ ହୋଇଛି କୋଟି ଓଡିଆଙ୍କ ମଉଡ଼ମଣି ବିଶ୍ଵ ନିୟନ୍ତା ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ।

 


ପୁରୀ (ଶରତ ମହାପାତ୍ର )ଶେଷ ହୋଇଛି କୋଟି ଓଡିଆଙ୍କ ମଉଡ଼ମଣି ବିଶ୍ଵ ନିୟନ୍ତା ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ । ଉତ଼୍ଙଫୁଲ୍ଲିତ ହୋଇପଡିଛି ଧରା ଧାମ ।ଇନ୍ଦ୍ର ଦେବ ଙ୍କ ସ୍ଵଳ୍ପ ବୃଷ୍ଟି ଆହୁରି ପବିତ୍ରତା କରିଛି ଭକ୍ତ ଙ୍କ ମନକୁ।ପୁଣି ଏହି ଠାରୁ ଆରମ୍ଭ ହୋଇଯାଇଛି ପ୍ରଭୁ ଅଲାରନାଥ ଦେବଙ୍କ ଦର୍ଶନ, ମହାପ୍ରଭୁ ଶ୍ରୀଜଗନ୍ନାଥ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପ ରେ ସହେ ଆଠ ଗରା ଶୀତଳ ଜଳ ସୁନା କୂଅ ରୁ ସ୍ନାନ କରିବା ପରେ ଟିକେ ଅସୁସ୍ଥତା ଅନୁଭବ କରିଥିଲେ ତେଣୁ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଅଣସର ପିଣ୍ଡିରେ ରହି ନିଜ କୁ ଲୁକାୟିତ ରଖି ଥାନ୍ତି ଓ ଏହି ସମୟରେ ଦଇତା ପତି ସେବକ ଙ୍କ ଦ୍ବାରା ଗୁପ୍ତ ସେବା କରାଯାଇଥାଏ।ଓ ଶ୍ରୀମନ୍ଦିରରେ ପଟି ଦିଅଁ ଦର୍ଶନ ଦେଇଥାନ୍ତି ଓ ମହାପ୍ରଭୁ ଔଷଧ ସେବନ କରି ସୁସ୍ଥ ହୋଇ ନବଯୌବନ ଏବଂ ଶ୍ରୀଗୁଣ୍ଡିଚା ଦିନ ପୁଣିଥରେ ନିଜର ପ୍ରିୟ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। କଥା କଥିତ ଅନୁସାରେ ଏହି ଅଣସର ସମୟରେ ପୁରୀ ବ୍ରହ୍ମଗିରିରେ ଥିବା ଅଲାରନାଥ ଦେବଙ୍କ ମନ୍ଦିରେ ଥିବା ଚତୁର୍ଦ୍ଧା ନାରାୟଣ ଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ର ସମାନ ଫଳ ମିଳିଥାଏ ବୋଲି କୁହାଯାଏ। ପ୍ରଭୁ ଅଲାରନାଥ ଙ୍କର ଖିରି ପ୍ରିୟ ହୋଇଥିବାରୁ ,ଏଠାର ଖିରି ବିଶ୍ଵପ୍ରସିଦ୍ଧ ଅଟେ। କୁହଯାଏ ଚୈତନ୍ୟ ମହାପ୍ରଭୁ ପୁରୀକୁ ଏହି ଅଣସର ସମୟରେ ଆସି ପ୍ରଭୁ ଜଗନ୍ନାଥ ଙ୍କୁ ନଦେଖିବା ରୁ ଲେଉଟି ଯାଇ ବ୍ରହ୍ମଗିରିସ୍ଥ ସେହି ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ କରି ତୃପ୍ତ ହୋଇଥିଲେ ।ଦୀର୍ଘ ପନ୍ଦର ଦିନ ଧରି ଚାଲିଥାଏ ଏହି ଦର୍ଶନ। ବେଶ୍ ଜାକଜମକରେ ଆଲୋକିତ ମାଳ ରେ ସଜେଇ ଦିଆଯାଏ ପ୍ରଭୁ ଅଲାରନାଥ ଦେବଙ୍କ ମନ୍ଦିର।ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ବେଶ ଉତ୍ସବ ମୁଖର କରିଥାଏ। ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତ ନିମନ୍ତେ ଶୃଙ୍ଖଳିତ ଦର୍ଶନ ର ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। 

Post a Comment

0 Comments