ନୂଆଗାଁ ବ୍ଲକର ପଂଚାୟତ ଥିବା ବିଭିନ୍ନ ପେନସନଭୋଗୀଙ୍କ ବିଭିନ୍ନ ସମସ୍ୟାର ସମୀକ୍ଷା, ଆଲୋଚନା ଓ ସମାଧାନ କାଲେ ବିଡିଓ ।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ୨୨ ପଂଚାୟତ ରେ ଥିବା ବିଭିନ୍ନ ଗ୍ରାମକୁ ବିଡିଓ ଗସ୍ତ କରି  ପେନସନଭୋଗୀଙ୍କ ବିଭିନ୍ନ ସମସ୍ୟାର ସମୀକ୍ଷା, ଆଲୋଚନା ଓ ସମାଧାନ କରିବା ସହ ଆସନ୍ତାକାଲି ସୁଦ୍ଧା ସମସ୍ତଙ୍କୁ ସେମାନଙ୍କ ଘରକୁ ଯାଇ ପେନସନ ମିଳିବା ନେଇ ସୁନିଶ୍ଚିତ କରିଥିଲେ ।  ତାଙ୍କ ଗ୍ରସ୍ତ  ସମୟରେ ବିଏସଏସଓ, ସ୍ଥାନୀୟ ବ୍ୟାଙ୍କର ପ୍ରତିନିଧି ଏବଂ ଅନ୍ୟ ବ୍ଲକ ଅଧିକାରୀମାନେ ତାଙ୍କ ସହିତ ଉପସ୍ଥିତ ଥିଲେ।ମାଳିସାହି ଜିପି ଅନ୍ତର୍ଗତ ନୂଆସାହି, ଖଙ୍ଗୁରୀ ଠାରେ ସେ ଦୁଇ ଜଣ ବୟସ୍କ ପେନସନଭୋଗୀଙ୍କୁ ନିଜ ଗାଡିରେ ନିକଟସ୍ଥ ମୋ ସେବା କେନ୍ଦ୍ରକୁ ବ୍ୟାଙ୍କ ଅପଡେଟେସନ ପାଇଁ ନେଇଥିଲେ ଏବଂ ସେମାନଙ୍କୁ ପୁଣି ସେମାନଙ୍କ ଗାଁରେ ଛାଡିଥିଲେ।ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ପ୍ରଥମ ଥର ପାଇଁ ଜଣେ ବିଡିଓ ଆମ ଗାଁକୁ ଆସିଥିଲେ ଏବଂ ସର୍ବୋତ୍ତମ ସେବା ପ୍ରଦାନ କରିଥିଲେ। 


Post a Comment

0 Comments