➡️୧-ଆଜି ପୂର୍ବାହ୍ନ ୧୦: ୩୦ ମିନିଟ୍ ରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୪୩ ଟି ସ୍ଥାନରେ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ l
➡️୨-ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ l ମୃତ ଡ୍ରାଇଭର/କର୍ମଚାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ମିଳିବ ୪ ଲକ୍ଷ ଟଙ୍କା, ଅତି ଗଭୀର ଆଘାତ କ୍ଷେତ୍ରରେ ମିଳିବ ୮୦ ହଜାର ଟଙ୍କାର ସହାୟତା । ମଧୁବାବୁ ପେନସନ ଯାେଜନାରେ ହେବେ ସାମିଲ l
➡️୩-ଭିଡ଼ିଓ କନଫରେନସିଙ୍ଗ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେସିଆଲଟି ହସ୍ପିଟାଲ୍ କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୪-ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟାରେ ରାମ ମନ୍ଦିରର ତଳ ମହଲା କାର୍ଯ୍ୟ, ଆସନ୍ତା ବର୍ଷ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ବିରଜମାନ ପୂଜା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଗଲା ନିମନ୍ତ୍ରଣ l
➡️୫-ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ l
➡️୬-ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ, ଭବ୍ୟ ରୂପ ନେବାରେ ଲାଗିଲେଣି ମହାପ୍ରଭୁଙ୍କ ତିନି ରଥ । ତିନି ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ରଥ କନା ତିଆରି କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ।
➡️୭-ଶ୍ରୀମନ୍ଦିର ପରିଚାଳନା ଲାଗି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୭୧କୋଟି ୭ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ ହେଲା ଅନୁମୋଦନ l
➡️୮-ଆଜି ‘ପାଣିବୁହା ରଜ’ l ଆଉ ଦିନକପରେ ଗଣପର୍ବ ରଜ, ଗାଁରୁ ସହର ସବୁଠି ଉତ୍ସବମୁଖର l
➡️୯-ମହାରାଷ୍ଟ୍ରର ନାଗପୁର ଠାରେ ଆୟୋଜିତ ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ, ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ଭାବେ ହେଲେ ବିବେଚିତ l
➡️୧୦-ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା l କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ହେଲା ଏତଲା l
➡️୧୧-5ଟି ସଚିବଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନ ; ଜିଲ୍ଲାର ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ଦେଲେ ନିର୍ଦ୍ଦେଶ l
➡️୧୨-ସାଂଘାତିକ ଖବର ! କୋ-ୱିନରେ କୋଭିଡ୍ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ଡାଟା ହେଲା ଲିକ୍ l ତଦନ୍ତ ଆରମ୍ଭ କଲେ ଭାରତ ସରକାର l
➡️୧୩-ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାଜୁଏସନ୍ ସେରିମୋନି ହେଲା ଆୟୋଜିତ, ଦିଆଗଲା ଡିଗ୍ରୀ ସାର୍ଟିଫିକେଟ୍ l
➡️୧୪-ଭାରତ ଆଡ଼କୁ କ୍ଷୀପ୍ର ଗତିରେ ମାଡ଼ି ଆସୁଛି ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’’।
➡️୧୫-ଦିଲ୍ଲୀରେ ବାଇକ୍ ଟାକ୍ସି ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ l ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ହେଲା ନିଷିଦ୍ଧ l
➡️୧୬-ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ସମୀକ୍ଷା l
➡️୧୭-ଜାତିସଂଘର ସାଂସ୍କୃତିକ ତଥା ବିଜ୍ଞାନ ଭିତ୍ତିକ ସଂସ୍ଥା ୟୁନେସ୍କୋରେ ଆମେରିକା ପୁଣି ଯୋଗଦେବା ନେଇ ଗତକାଲି କଲା ଘୋଷଣା l
➡️୧୮-କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ରେ ଆୟୋଜକ ଭାରତ ଫାଇନାଲ୍ ଖେଳିବା ଲାଗି ଯୋଗ୍ୟତା କଲା ହାସଲ l
➡️୧୯-ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗତକାଲିଠାରୁ ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ହେଲା ଆରମ୍ଭ l ୧୮-୦ ଗୋଲ୍ରେ ଗୁଜୁରାଟକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କଲା ଓଡିଶା l
➡️୨୦-ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ରେ ଶୁଭମନ ଗିଲ୍ ନିଜ କ୍ୟାଚ ବିଡ଼ିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରୁ ଗିଲ୍ଙ୍କୁ ଦଣ୍ଡିତ କଲା ICC, ମ୍ୟାଚ୍ ଫିର ୧୧୫ ପ୍ରତିଶତ ଦେବେ ଫାଇନ୍ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ବିଶ୍ୱ ଗୃହପାଳିତ ସ୍ମୃତି ଦିବସ ll
🔅ଆଜି ସିଲେଇ ମେସିନ୍ ଦିବସ ll
🔅ଆଜି ବିଶ୍ୱ ସଫ୍ଟବଲ୍ ଦିବସ ll
ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
0 Comments