ଆଜିର ରାଶି ଫଳ

 


ଶରତ ମହାପାତ୍ର (ପୁରୀ )୧୭ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୩ଦିନ, ଆଷାଢ଼ ୧୩ଦିନ, କୃଷ୍ଣପକ୍ଷ, ଶନିବାରକୃଷ୍ଣ ଚତୁ୍ର୍ଦ୍ଦଶୀ ଦିବା ୯ଘ ୧୨ମି ପର୍ଯ୍ଯନ୍ତ,ପରେ ଅମାବାସ୍ୟା।ଚାନ୍ଦ୍ରରାଶି - ବୃଷ।ନକ୍ଷତ୍ର - ରୋହିଣୀ ସନ୍ଧ୍ଯା ୪ଘ ୨୯ମି ପର୍ଯ୍ଯନ୍ତ,ପରେ ମୃଗଶୀରା। ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି ଦିବା ୯ଘ ୧୨ମି ପର୍ଯ୍ଯନ୍ତ,ପରେ ନୈଋତେ,ପଶ୍ଚିମେ,ବାୟବେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - ବିଚ୍ଛା ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ବୃଷ, ସିଂହ, କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ମକର ରାଶି ବ୍ଯକ୍ତିଙ୍କ ପାଇଁ ସନ୍ଧ୍ଯା ୪ଘ ୨୯ମି ପର୍ଯ୍ଯନ୍ତ।ଘାତତିଥି - ନାସ୍ତି।ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଚ୍ଛା, ଧନୁ, ମୀନ ପ୍ରାତଃ ୫ଘ ୧୬ମି ୧୮/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ଚତୁ୍ର୍ଦ୍ଦଶୀର ଏକୋଦ୍ଦିଷ୍ଠ, ଅମାବାସ୍ୟାର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ୧ପାଦ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ବିରି ଓ ତୈଳ ଦିବା ୯ଘ ୧୨ମି ପର୍ଯ୍ଯନ୍ତ,ପରେ ଆମିଷାଦି ଖାଦ୍ୟ, ତୈଳ ଓ ସ୍ତ୍ରୀ-ସଙ୍ଗ।ପ୍ରଥମ ରଜଦର୍ଶନେ ଶୁଭାଶୁଭ - ସର୍ବ ଶ୍ରୀ ସମ୍ପନ୍ନା ସନ୍ଧ୍ଯା ୪ଘ ୨୯ମି ପର୍ଯ୍ଯନ୍ତ, ପରେ ସର୍ବ ଶ୍ରୀ ସମ୍ପନ୍ନା।ପର୍ବ - ଶିବ ଚତୁର୍ଦ୍ଦଶୀ ଉପବାସ (ବୈଷ୍ଣବ ମତେ) ।

Post a Comment

0 Comments