ନୟାଗଡ ଜିଲ୍ଲା ଜାତୀୟରାଜପଥ ନ ୫୭ ସଂପଡା ନିକଟରେ ଘଟିଛି ଦୃଘଟଣା ।
ଆଜି ମିଳି ଥିବା ସୂଚନା ଅନୁସାରେ ୧୯/୬ ୨୦୨୩ ପାହାନ୍ତା ପ୍ରହରରେ ସଂପଡା ନିକଟରେ ଏକ ବୋଲେରୋ ଗାଡି ନ OD17Z3579 ଗାଡିଟି ବରଗଡରୁ ଭୁବନେଶ୍ବରରୁ ଅଭିମୁଖେଯାଉଥିଲା । ଏହି ସମୟରେ ଆଖି ଲାଗିଯିବାରୁ ଗାଡିଟି ଭାରଶ୍ୟାମ ହରାଇ ଦୃଘଟଣା ଘଟିଥିଲା । ଗାଡିଟି ଡାହାଣ ପାର୍ଶ୍ଵରେ ଥିବା ଜଙ୍ଗଲ ଭିତରେ ପଶି ଗଛରେ ଧକା ଦେଇଥିଲା । ଗାଡିର ସମୁଖ ଭାଗ ସମ୍ପୂର୍ଣ ଭାଙ୍ଗିଯାଇଥିଲା । ଗାଡି ଭିତରେ ୫ ଜଣ ପୁରୁଷ ୨ ଜଣ ମହିଳା ରହିଥିଲେ । ନୂଆଗାଁ ଅଗ୍ନିସମ ବାହିନୀ ପହଞ୍ଚି ୫ ଜଣଙ୍କୁ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତନନ୍ତରକରିଥିଲେ ।
ଅନ୍ୟ ୨ ଜନଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଏହି ଦୃଘଟଣା ରେ ୩ ଜଣ ଗୁରୁତର ହୋଇଥିବାର ସୂଚନାମିଳିଛି । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି । ଏହି ସୂଚନା ନୂଆଗାଁ ଅଗ୍ନିସମ ବାହିନୀ ଦେଇଅଛି ।
0 Comments