ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ମୋ ଘର
ଯୋଜନା ସମ୍ପର୍କିତ ବ୍ଲକ କର୍ମଚାରୀ ଓ ବ୍ୟାଙ୍କର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ହୋଇଯାଇଛି । ସୂଚନା ମୁତବକ ଓଡିଶା ସରକାର ମୋ ଘର ଯୋଜନା ମାଧ୍ୟମରେ କଚା ଘର କୁ ପକ୍କା ଘରରେ ପରିବର୍ତନ
ପ୍ରତିସୂତି ପୂରଣ । ଗରିବ ଓ ନିମ୍ନ ମାଧ୍ଯମିକ ପରିବାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୋ ଘର
ଯୋଜନା । ଏହି ଯୋଜନା ମାଧ୍ୟମରେ ୪ ପ୍ରକାର ରୁଣ ଦିଆଯିବ ଯଥା ୧ ଲକ୍ଷ ,୧.୫ ଲକ୍ଷ ,୨ ଲକ୍ଷ ,୩ ଲକ୍ଷ ଟଙ୍କା ମାଧ୍ୟମରେ ନୂତନ ଗୃହ ନିର୍ମାଣ /ସଂପ୍ରସାରଣ /ସମ୍ପୂର୍ଙ୍କରଣ/ଉନ୍ନତିକାରଣ ଋଣ ଉପରେ ସବସିଡ । ସମସ୍ତ ବିଷୟକୁ ନେଇ ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟ କରୁଥିବା ୮ ଟି ବ୍ଯାଙ୍କ ଓ ବ୍ଲକ ପ୍ରଶାସନ ମଧ୍ୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ହୋଇଥିଲା । କିଭଳି ସଠିକ ହିତାଧିକାରୀକୁ ଯାଞ୍ଚ କରି ସଠିକ ଭାବରେ ରୁଣ ପ୍ରଦାନ କରାଯିବ ,ହିତାଧିକାରୀ କୌଣସି ଅସୁବିଧାର ସମୁଖୀନ ହେବେନାହିଁ ସେ ବିଷୟକୁ ନେଇ ବ୍ୟାଙ୍କର ମାନଙ୍କ
ସହିତ ଆଲୋଚନା ହୋଇଥିଲା । ଆଜିର ପ୍ରଶିକ୍ଷଣ ଶିବିରରେ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ,ଏବିଡିଓ , ବିପିସି , ବିପିଏ ଯୋଗଦେଇଥିଲେ । ତତ ସହିତ ୮ଟି ବ୍ଯାଙ୍କ ଯଥା
ଓଜିବି ନୂଆଗାଁ,ଓଜିବି ବାହାଡାଝୋଲା,ଓଜିବି, ମହୀପୁର ବିଓବି, ଦୁର୍ଦୁରା ବିଓବି, ବେରୁଆଁବାରୀ ବାଙ୍କ
ଅଫ ବରୋଦା , ବିଓବି ଗୁମି , ଆଇଓବି ନୂଆଗାଁ, ଏନ୍ଡିସିସିବି ମହୀପୁର ସମସ୍ତ ବ୍ଯାଙ୍କ
ମୁଖ୍ୟ ଯୋଗ ଦେଇଥିଲେ ।
0 Comments