ଅନୁଗୋଳ ଜିଲ୍ଲା ପାଳଲହଡ଼ା ବାଇପାସ୍ ଛକ ନିକଟ 149ନମ୍ବର ଜାତିୟ ରାଜ ପଥରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସଇଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଖମାର ପଟୁ ଗାଁ କୁ ଫେରୁଥିବା ସମୟରେ ପାଳଲହଡା ବାଇପାସ୍ ଛକ ନିକଟ ରେ ଏକ ଦ୍ରୁତ ଗାମୀ ମାଲ ବାହି ଟ୍ରକ୍ ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକ ପ୍ରକାଶ ନାଏକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଗନ୍ନାଥ ଖମଣିଆ ଆହତ ହୋଇଥିବା ଜଣାପଡିଛି।ଖବର ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ କୁ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ପଠାଇ ବା ସହ ମୃତ ଶରୀର ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
0 Comments