ମହିପୁର ବନାଞ୍ଚଲ ଅଧୀନରେ ପାଳନ ହେଲା ବିଶ୍ବ ପରିବେଶ ଦିବସ

 


 (ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରନ୍ତୁ ବିଶ୍ଵକୁ ସୁରକ୍ଷା ଦିଅନ୍ତୁ )

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଞ୍ଚଲ ଅଧୀନରେ ପାଳନ ହେଲା ବିଶ୍ବ ପରିବେଶ ଦିବସ  । ମହିପୁର ବନାଞ୍ଚଳ ଅଧୀନରେ ଥିବା ସମସ୍ତ ବନକର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଛାତ୍ର ଛାତ୍ରୀ ଓ ବିଭିନ୍ନ ଜଙ୍ଗଲ  କମିଟି,ବନସୁରକ୍ଷା ସମିତିର ସଭାପତି  ,ସ୍ଥାନୀୟ ବୁଦ୍ଧିଜୀବି ଙ୍କୁ ନେଇ ଆଜି ମହିପୁର ବନାଞ୍ଚଳ  ଅଧିକାରୀଙ୍କ କାର୍ଯ୍ୟାଳୟ ରେ  ବିଶ୍ଵ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି ।


ମୁଖ୍ୟ ଅତିଥିଭାବରେ ମହିପୁର ହାୟର ସେକେଣ୍ଡାରୀ ସ୍କୁଲ ଅଧକ୍ଷ୍ୟ ନିରଞ୍ଜନ ଦାସ ଯୋଗଦେଇଥିଲେ । ଉପସ୍ଥିତ ଥିବା ସମସ୍ତ ବନ କର୍ମଚାରୀ ଙ୍କୁ ନେଇ ସଚେତନତା ସ୍ଵାଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରନ୍ତୁ ବିଶ୍ଵକୁ ସୁରକ୍ଷା ଦିଅନ୍ତୁ ,ପରିବେଶ ସୁରକ୍ଷା ,ଜଙ୍ଗଲ ଜୀବଜନ୍ତୁଙ୍କର ସୁରକ୍ଷା ସ୍ଲୋଗାନ ମାଧ୍ୟମରେ ସଚେତନ ବାର୍ତା ଦିଆଯାଇଥିଲା । ଶେଷରେ ମହିପୁର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟରେ ଏକ ସଭା ଅନୁଷ୍ଠିତ କରାଜାଇ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗୀତା କରଯାଇଥିଲା ଏହି ପ୍ରତିଯୋଗିତାରେ ୪ର୍ଥ ଶ୍ରେଣୀରୁ ୧୦ ମ ଶ୍ରେଣୀର ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପୂରକୃତ କରାଯାଇଥିଲା

ମହିପୁର ନୋଡାଲ ହାଇସ୍କୁଲକୁ  ଭୁବନେଶ୍ବର ଲୋକସେବା  ଭବନ ଠାରେ ବିଶ୍ବପରିବେଶ ଦିବସ ଆନୁକୁଲ୍ଯରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ଵାରା ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଥିଲା ଯାହାକି ନୂଆଗାଁ ବ୍ଲକ ଓ ମହିପୁର ବନାଞ୍ଚଳ ପାଇଁ  ଗର୍ବ ଓ ଗୌରବ ଆଜିର ଏହି କାର୍ଯ୍ୟ କ୍ରମରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁ ,ବନପାଳ ସୂର୍ଯ୍ୟକାନ୍ତ  ମହାରଣା ,ବିଗନେଶ ବେହେରା ,ଶ୍ରଦ୍ଧାଞ୍ଜଳି ସାହୁ ,ସିଗ୍ନାନ୍ରାନୀ ସାହୁ ,ରିନା  ଶେଠୀ, ରଶ୍ମିତା ଶେଠୀ ଓ ଅନ୍ୟାନ ବନସୁରକ୍ଷା କର୍ମଚାରୀ ଯୋଗ ଦେଇଥିଲେ

Post a Comment

0 Comments