🚩🛕🔱🔯⚜️🕉️⚜️🔯🔱🛕🚩
ଆସିଗଲା ରଥଯାତ୍ରା, ଆଉ କେଇଟା ଦିନ ପରେ ମହାପ୍ରଭୂ ରତ୍ନ ସିଂହାସନ ଛାଡ଼ି ଓହ୍ଲାଇ ଆସିବେ ବଡ଼ ଦାଣ୍ଡକୁ l ଭକ୍ତ ଓ ଭଗବାନଙ୍କର ମହାମିଳନ ହେବ l ଭକ୍ତ ଭଗବାନ୍ ଏକାକାର ହୋଇ ଯିବେ l ସମସ୍ତସୃଷ୍ଟି ହୋଇଯିବ ଜଗନ୍ନାଥମୟ l ମହାପ୍ରଭୁ ରଥପରେ ବସି ହସୁଥିବେ ସେହି ଭୁବନ ମୋହନ ହସ l ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଭାଷାରେ:-
ରଥଯାତ୍ରା ଲୋକାରଣ୍ୟ ମହା ଧୁମଧାମ l
ଭକ୍ତେରା ଲୁଟାୟେ ପରେ କରିଛେ ପ୍ରନାମ ll
ରଥ୍ ଭାବେ ଆମି ଦେବ ପଥ୍ ଭାବେ ଆମି l
ମୂର୍ତ୍ତି ଭାବେ ଆମି ଦେବ ହାସେନ ଅନ୍ତର୍ଯ୍ୟାମୀ ll
ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଆସନ୍ତୁ ଜାଣିବା ସେହି ତ୍ରିରଥ ବିଷୟରେ l
🛕 *ବଳଦେବଙ୍କ ରଥ* 🛕
୧. ରଥର ନାମ - ତାଳଧ୍ଵଜ, ଲଙ୍ଗଳ ଧ୍ୱଜ ବା ହଳଧ୍ୱଜ l
୨. ରଥର କାଠ ସଂଖ୍ୟା - ୭୩୧ l
୩. ରଥର ଉଚ୍ଚତା- ୪୫ ଫୁଟ ବା ୨୨ ହାତ l
୪. ରଥର ଚକ ସଂଖ୍ୟା - ୧୪ l
୫. ରଥର ଆବରଣ - ରକ୍ତ ଓ ନୀଳବର୍ଣ୍ଣ
୬. ରଥାଧିଶ୍ୱର ଦେବତା- ଶ୍ରୀ ବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ l
୭. ରଥ ଆୟୁଧ-ହଳ ଓ ମୂଷଳ l
୮. ସାରଥୀଙ୍କ ନାମ- ମାତଳୀ l
୯. ରଥ ରକ୍ଷକ- ବାସୁଦେବ ଓ ଭାସ୍କର l
୧୦. ରଥ ଦଉଡି଼ - ବାସୁକୀ ନାଗ l
୧୧. ରଥ ରକ୍ଷାକାରିଣୀ - ଜୟଦୁର୍ଗା l
୧୨. ରଥ ଭୈରବ - କ୍ଷେତ୍ରପାଳ l
୧୩. ରଥ ଛତ୍ର - ଅନନ୍ତ ନାଗ l
୧୪. ରଥ ଅଶ୍ୱଙ୍କ ନାମ - ଶଂଖ, ସୁଚିତ୍ର, ଅଙ୍ଗଦ, ମେଘନାଦ l
୧୫. ରଥ ଗନ୍ଧର୍ବ- ହୁ, ହୁ l
୧୬. ରଥ ଧ୍ଵଜାର ନାମ- ଉନ୍ମନି l
୧୭. ରଥର ଦ୍ୱାରପାଳ - ନନ୍ଦ ଓ ସୁନନ୍ଦ l
୧୮. ଋଷିପଟାରେ ୠଷିମାନେ -ଅଙ୍ଗିରା, ପୁଲହ ପୌଲସ୍ତ୍ୟ, ଅଗସ୍ତି, କୃଷ୍ଣ, ମୁଦଗଲ, ଆତ୍ରେୟ ଓ କାଶ୍ୟପ l
୧୯. ଦଧିନଉତିର ନାମ- ଭୁବନ କୋଷ
୨୦. ରଥ ମୁର୍ଦ୍ଧାରେ - କେତୁ ଭଦ୍ରା l
୨୧. ରଥର ଚର ଦେବତା - ବ୍ରହ୍ମା ଓ ଶିବ l
୨୨. ରଥ ଚାରଣ - ମହାସିଦ୍ଧ ଓ ଉଲେମା l
୨୩. ରଥ ଗର୍ଭାଧ୍ୱୀଶ୍ୱରୀ ଅଷ୍ଟଶକ୍ତି- ତୁଙ୍ଗୀ, ତୁଙ୍ଗ ଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା ଓ ସୁନନ୍ଦା l
୨୪. ରଥର ଭଦ୍ରପୀଠ - ଅଷ୍ଟଦଳ ପଦ୍ମ l
୨୫. ରଥ ଶୂନ୍ୟ ଚକ୍ରର ନାମ - କାଳ ସଂହାର l
୨୬. ଦଧିନଉତି ଉପର କଳସତ୍ରୟ- ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ l
୨୭. ରଥ ରତ୍ନ - ମର୍କତ l
୨୮. ରଥ ଓଲଟଶୁଆଙ୍କ ନାମ-ଶ୍ରଦ୍ଧା ଓ ବିଶ୍ୱାସ l
୨୯. ରଥ ପୀଠ - କୈଳାସ ମେରୁ l
୩୦. ରଥର ଚନ୍ଦ୍ରାତପ- କନକ ମେଖଳା l
୩୧. ରଥାଧୀପ- ବୃହତ ନାସ l
🛕 *ଦେବୀ ସୁଭଦ୍ରାଙ୍କ ରଥ* 🛕
୧. ରଥର ନାମ- ଦେବଦଳନ, ଦର୍ପଦଳନ, ପଦ୍ମ ଧ୍ୱଜ ବା କମଳ ଧ୍ୱଜ l
୨. ରଥ ଉଚ୍ଚତା -୪୪ଫୁଟ୬ଇଞ୍ଚ ବା ୨୧ ହାତ l
୩. ରଥାଧିପ- ଜୟଦୁର୍ଗା l
୪. ରଥ କାଠର ସଂଖ୍ୟା- ୭୧୧ ଖଣ୍ଡ l
୫. ରଥଚକ ସଂଖ୍ୟା - ୧୨ l
୬. ରଥ ଧ୍ୱଜାରେ- ତ୍ରିପୁର ସୁନ୍ଦରୀ l
୭. ରଥାବାରଣ - କୃଷ୍ଣ ଓ ଲୋହିତ l
୮. ରଥର ଆୟୁଧ - ପଦ୍ମ କହ୍ନାର l
୯. ସାରଥୀଙ୍କ ନାମ- ଅର୍ଜୁନ l
୧୦. ରଥ ପୀଠର ନାମ - କାମ୍ପିଲ୍ୟ l
୧୧. ରଥ ଅଶ୍ୱଙ୍କ ବର୍ଣ୍ଣ - ରକ୍ତ ବର୍ଣ୍ଣ (ଲାଲ)
୧୨. ରଥ ରକ୍ଷୟତ୍ରୀ - ଉଗ୍ରଚଣ୍ଡୀ l
୧୩. ରଥ ଋଷି - ଯାଜ୍ଞବକ୍କ୍ୟ l
୧୪. ରଥ ମୁଖ ବା ମୁର୍ଦ୍ଧାରେ- ବ୍ରହ୍ମବର୍ତ୍ତା l
୧୫. ରଥାଧିଶ୍ୱରୀ- ଜୟଦୁର୍ଗା l
୧୬. ରଥ ଅଧିଶ୍ୱର ଦେବତା- ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ l
୧୭. ରଥ ଦେବୀ- ଶ୍ରୀଦେବୀ ଓ ଭୂଦେବୀ l
୧୮. ରଥ ଯକ୍ଷ- କିଂଜ୍ୱଳିକା l
୧୯. ଭୈରବ- କ୍ଷେତ୍ରପାଳ l
୨୦. ରଥ ଶିରରେ- ଅନନ୍ତ ନାଗ l
୨୧. ରଥର ଅଶ୍ୱ- ରୋଚିକା, ମୋଚିକା, ଜିତା ଓ ଅପରାଜିତା l
୨୨. ରଥ ଗନ୍ଧର୍ବ- ହା, ହା l
୨୩. ରଥ କୁମ୍ଭ - ଅମୃତ, ଜୀବା, କାୟା l
୨୪. ରଥର ଦ୍ୱାରପାଳ-ଗଙ୍ଗା ଓ ଯମୁନା
୨୫. ଋଷିପଟାରେ ୠଷିମାନେ - ଭୃଗୁ, ସୁପ୍ରଭା ବଜ୍ର, ଶୃଙ୍ଗୀ, ଧ୍ରୃବ, ଉଲ୍ଲୁକ ଓ ପ୍ରବର୍ତ୍ତକ l
୨୬. ଦଧିନଉତିର ନାମ- ହିରଣ୍ମୟୀ l
୨୭. ରଥ ଗର୍ଭାଧ୍ୱୀଶ୍ୱରୀ ଶକ୍ତି- ଶକ୍ତିସପ୍ତା, ଜୟା ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା l
୨୮. ରଥର ଓଲଟ ଶୁଆଙ୍କ ନାମ - ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣ l
୨୯. ରଥ ରତ୍ନ - ମାଣିକ୍ୟ l
୩୦. ରଥ ଚଳ୍ରର ନାମ - ଦୀପ୍ତ l
୩୨. ରଥ ନେତର ନାମ- ନାଦାମ୍ବିକା l
୩୩. ରଥକାର- କାଳନେମୀ l
୩୪. ରଥ ଶକ୍ତି - ଚନ୍ଦ୍ରଘଣ୍ଟା l
୩୫. ଦଧିନଉତି କଳସତ୍ରୟ - ପରା, ଅପରା ଓ ବୈଖାରୀ l
୩୬. ରଥ ଚନ୍ଦ୍ରାତପ ନାମ - ବୀରଘଣ୍ଟା l
୩୭. ରଥ ଦଉଡି଼ - ସ୍ୱର୍ଣ୍ଣଚୂଡ଼ ନାଗ l
୩୮. ରଥ ଚାମର ସେବା –ସୁମେଧା ଦେବୀ l
୩୯. ରଥପାଳ- ହରିହର l
ଦେବଦଳନ ରଥ ଦର୍ଶନରେ ମନୁଷ୍ୟର ଦର୍ପଚୂର୍ଣ୍ଣ ହୋଇଥାଏ l
🛕 *ଶ୍ରୀଜଗନ୍ନାଥଙ୍କ ରଥ* 🛕
୧. ରଥର ନାମ - ନନ୍ଦିଘୋଷ,ଚକ୍ରଧ୍ୱଜ, ଗରୁଡ଼ ଧ୍ୱଜ ବା କପିଧ୍ଵଜ l
୨. ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଂଚ l
୩. ରଥାଧୀପ- ବୈନତେୟ l
୪. ରଥ ରକ୍ଷକ - ଇନ୍ଦ୍ର l
୫. ରଥ କାଠର ସଂଖ୍ୟା - ୭୪୨ ଖଣ୍ଡ l
୬. ରଥ ଚକର ସଂଖ୍ୟା - ୧୬ l
୭. ରଥ ଧ୍ୱଜାରେ - ହନୁମାନ l
୮. ରଥାବରଣ - ପୀତ ଓ ଲୋହିତ l
୯. ରଥର ଆୟୁଧ - ଶଙ୍ଖ ଓ ଚକ୍ର l
୧୦. ରଥ ଅଶ୍ୱଙ୍କ ନାମ- ଶଙ୍ଖ,ବଳାହକ, ଶ୍ୱେତ ହରିଦ୍ୱାଶ l
୧୧. ରଥର ସାରଥି - ଦାରୁକ l
୧୨. ରଥାଧିଶ୍ୱର - ଶ୍ରୀଜଗନ୍ନାଥ ଓ ଶ୍ରୀ ମଦନ ମୋହନ l
୧୩. ରଥ ଚାରଣ- ନଳ ଓ କୁବେର l
୧୪. ରଥ ମୁର୍ଦ୍ଧନୀରେ - ଗରୁଡ଼ l
୧୫. ରଥ ପୀଠର ନାମ- କନକ ମଞ୍ଚା l
୧୬. ଋଷି ପଟାରେ ୠଷିମାନେ -ନାରଦ, ବ୍ୟାସ ଦେବଳ,ଶୁକଦେବ,ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର l
୧୭. ରଥ ଦେବତା - ନୃସିଂହ l
୧୮. ରଥ କୁମ୍ଭ - ହିରଣ୍ମୟ l
୧୯. ରଥର ଦ୍ୱାରପାଳ - ଜୟ ଓ ବିଜୟ l
୨୦. ରଥ ଚନ୍ଦ୍ରାତପର ନାମ - କନକ ମୁଣ୍ଡାଇ l
୨୧. ରଥପାଳ- ଭୈରବ ଓ ନରସିଂହ l
୨୨. ରଥାଧିଦେବ - ଶିବ ଓ ବିରଞ୍ଚି l
୨୩. ରଥାଦ୍ଧାର- ଭୈରବୀ
୨୪. ରଥ ଅପସରା - ପୁଲୋମୋଚା, ଉର୍ବଶୀ l
୨୫. ଦଧି ନଉତି ନାମ - ହରିଣ୍ୟଗର୍ଭ l
୨୬. ରଥ ଓଲଟଶୁଆଙ୍କ ନାମ- ଜୀବ ଓ ପରମ l
୨୭. ରଥ ଦଧିନଉତି କଳସତ୍ରୟର ନାମ - ନଭ, ଆକାଶ ଓ ବ୍ୟୋମ l
୨୮. କଳସ ଉପର ଚଳ୍ରର ନାମ - ସୁଦର୍ଶନ l
୨୯. ରଥନେତର ନାମ - ତ୍ରୈଲୋକ୍ୟମୋହିନୀ l
୩୦. ରଥକାର- ବିଶ୍ୱକର୍ମା
୩୧. ରଥ ରତ୍ନ - ସ୍ଫଟିକ l
୩୨. ରଥ ଚକମାନଙ୍କ ନାମ - ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆଶକ୍ତ, କେଳି, ରତି, ସତ୍ୟ, ସୁସୁପ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ l
୩୩. ରଥଭୈରବୀ ଓ ରକ୍ଷକ- ଇନ୍ଦ୍ର ଓ ଇନ୍ଦ୍ରାଣୀ l
ଶିଳ୍ପଶାସ୍ତ୍ର ଅନୁଯାୟୀ ନିର୍ମିତ ଲୀଳାମୟଙ୍କ ତ୍ରିରଥ ଦର୍ଶନରେ ସାଯୁଯ୍ୟ ମୁକ୍ତିମିଳିଥାଏ ବୋଲି ଶାସ୍ତ୍ରର ବର୍ଣ୍ଣନା ରହିଛି -
*ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ I*
*!!! ଜୟ ଜଗନ୍ନାଥ !!!*
🙏🙏🙏
🚩🛕🔱🔯⚜️🕉️⚜️🔯🔱🛕🚩
0 Comments