ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ ।

 


ନୟାଗଡ଼ (ଗଣିଆ )ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ l ମୃତ ଯୁବକ ଜଣକ ଗଣିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ପଞ୍ଚାୟତ ତୁମାଣ୍ଡି ଗ୍ରାମର ଚିତ୍ତରଞ୍ଜନ ବେହେରା ବୋଲି ଜଣାପଡିଛି l ମୃତ ଯୁବକ ଜଣକ ସକାଳୁ ବିଲକୁ ଯାଉଥିବା ସମୟରେ ଛିଣ୍ଡି ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ l




ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହେଉଛି l ପୂର୍ବ ଦିନ ଠାରୁ ବିଦ୍ୟୁତ ପ୍ରବାହିତ ତାର ଛିଣ୍ଡି ତଳେ ପଡ଼ିଥିବା ବେଳେ ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ମନୋଭାବ ରଖି ଏଥିପ୍ରତି ଦୃଷ୍ଟି ନଦେବାରୁ ଯୁବକଙ୍କ ପ୍ରାଣହାନି ଘଟିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଏଭଳି ଏକ ଅଘଟଣ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଗ୍ରାମବାସୀ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷତି ପୂରଣ ଦାବିରେ ଦଶପଲ୍ଲା ଗଣିଆ ରାସ୍ତାର ଅବରୋଧ କରିଛନ୍ତି l ଗଣିଆ ଥାନା ଅଧିନସ୍ଥ ବାରପୁରିକିଆ ଛକ ଠାରେ ରାସ୍ତା ଉପରେ ମୃତ ଦେହ ରଖି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଛନ୍ତି l ଘଟଣାସ୍ଥଳରେ ଗଣିଆ ପୋଲିସ ପହଁଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡିଛି l ରାସ୍ତା ଅବରୋଧ ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି l

Post a Comment

0 Comments