ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ମୋ ଘର
ଯୋଜନା ସମ୍ପର୍କିତ ମୋ ସେବା କେନ୍ଦ୍ର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି
। ସୂଚନା ମୁତବକ ଓଡିଶା ସରକାର ମୋ ଘର ଯୋଜନାରେ ଗ୍ରାମାଞ୍ଚଳ ସମସ୍ତ କଚା ଘରକୁ ପକା ଘର କରିବା ପାଇଁ
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଘର ଯୋଜଜନା କୁ ଆରମ୍ଭ କରିଛନ୍ତି । ଉକ୍ତ ଯୋଜନା ଉପରେ ଅତୀତରେ ତହସିଲ
ଅଧିକାରୀ ,ବ୍ଯାଙ୍କ ଅଧିକାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ
କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ଆଜି ୭/୬/୨୩ ରିଖରେ ନୂଆଗାଁ ବଳ୍କ ଅଧୀନରେ ଥିବା ମୋ ସେବା କେନ୍ଦ୍ର
ଗୁଡିକୁ ବ୍ଲକ ର ସଭାଗୃହରେ ପ୍ରଶିକ୍ଷଣ ଦିଆଯାଇଥିଲା । ହିତାଧିକାରୀ ମାନଙ୍କର ଆବେଦନ ପ୍ରକ୍ରିୟା
କିଭଳି ସମ୍ପୂର୍ଣ ଭାବେ ସଠିକ ହେବ । କଣ କଣ କାଗଜାତ ଆବଶ୍ୟକ ,ଏ ନେଇ ମୋ
ସେବା କେନ୍ଦ୍ର ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରରରେ ୧୮ ଟି ମୋ ସେବାକେନ୍ଦ୍ରର ଅଧିକାରୀ
ଉପସ୍ଥିତ ରହିଥିଲେ । ଉକ୍ତ ଶିବିରରରେ ବିଡିଓ ସଚିଦାନନ୍ଦ ମିଶ୍ର ,ଏବିଡିଓ ସ୍ଵେଦେଶ ରଞ୍ଜନ ଶତପଥି
,ପିସି ତୁସରକାନ୍ତ ପାନିଗ୍ରାହୀ ,ବିପିସ କାର୍ତିକ
ଦାସ ,ବିପିଏ ଦେବରାଜ ସାମଲ ,ଏସିପ ସୁମନ୍ତ ପରିଡା
ଉପସ୍ଥିତ ରହିଥିଲେ ।
0 Comments