ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ଥିବା ବିଭିନ୍ନ ଗ୍ରାମରେ ଚୋରୀ ହୋଇଅଛି । ସୂଚନା ୨୧/୬ /୨୩ ରାତି ପ୍ରାୟ ୩ ସମୟରେ ବିଭିନ୍ନ ଗ୍ରାମରେ ଚୋରୀ ହୋଇଥିବାର ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଯଥା ଅମ୍ବଝାରୀ ଗ୍ରାମର ସୁନିତା ନାୟକ ,ସ୍ଵାମୀ ସେସ ନାୟକ ଘରେ ବାରିପଟୁ କବାଟ ଖୋଲି ଘରେ ପଶି ବାକ୍ସ ଖୋଲି ଫୋପାଡି ଦେଇଥିବାର ଦେଖିବାକୁ ମିଳିଛି । ଠିକ ସେହିପରି ଉଠାଣିଗ୍ରାମର ରବୀନ୍ଦ୍ର ସେନା ପତିଙ୍କ ଘରେ ବାରିପଟୁ ଘରର କବାଟ ତାଡି ଘରେ ପଶିଥିଲେ । ଘରେଥିବା ଗଡରେଜ ଖୋଲି ସୁନା କାନର ,ପାଉଁଜି ଓ ଟଙ୍କା ନେଇଯାଇଥିଲେ ।
ତତସହିତ ରବୀନ୍ଦ୍ର ଙ୍କ ସ୍ତ୍ରୀ ସୋଇଥିବା ସମୟରେ ତାଙ୍କ ବେକରୁ ମଙ୍ଗଲ ସୂତ୍ର ଛିଡାଇ ନେଇଯାଇଥିବାର ଅଭିଯୋଗ ହୋଇଛି । ଏହି ପରିଭାବରେ ନୂଆଗାଁ ପଞ୍ଚାୟତ ମଧ୍ୟରେ ବିଭିନ୍ନ ଗ୍ରାମରେ ଚୋରୀ ଘଟନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
0 Comments