ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ନିକଟରେ ଚଳିତ ବର୍ଷ ଆରମ୍ଭ ହୋଇଯାଇଛି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୀପୁର ଆବେଦନ ପ୍ରକ୍ରିୟା । ଆଜି ବିଦ୍ୟାଳୟର ଅଧକ୍ଷ ନିରଞ୍ଜନ ଦାସ ଦେଇଥିବା ସୂଚନା ମୁତାବକ . ନୂତନ କରି ଆରମ୍ଭ ହେବାକୁଥିବା ବିଦ୍ୟାଳୟ ମଧ୍ୟରେ,ଏକଦଶ ଶ୍ରେଣୀ ପାଇଁ ଛାତ୍ର ଛାତ୍ରୀ ନାମ ଲେଖା ପ୍ରକ୍ରିୟାରେ ଅଫ ଲାଇନ ମାଧ୍ୟମରେ ଆରମ୍ଭ କରାଯାଇଛି । କାରଣ ନୟାଗଡ ଜିଲ୍ଲା ମଧ୍ୟରେ ଏକ ମାତ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୀପୁର ମାନ୍ୟତା ପାଇଛି । ପ୍ରଥମ ବର୍ଷରେ କିଭଳି ଛାତ୍ର ଛାତ୍ରୀ ଆବେଦନ ସଠିକ ଭାବରେ କରିବେ ସେନେଇ ଆଜି ବିଦ୍ୟାଳୟ ମଧ୍ୟରେ ଅଫ ଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଅଛି । ସ୍ଵତନ୍ତ୍ର ଭାବରେ ଆବେଦନ କାରୀଙ୍କୁ ଏକ COMMON APPLICATION ଫର୍ମ ପିଲା ମାନଙ୍କୁ ଦିଆଯାଇଥିଲା ।
ସେମାନ ତାହାକୁ ପୂରଣ କରି ବିଦ୍ୟାଳୟ କତୃପକ୍ଷଙ୍କୁ ଦେଇଥିଲେ । ବିଦ୍ୟାଳୟକୁ ଅଫ ଲାଇନ ଆବେଦନ ପାଇଁ ଏକ ଲିଙ୍କ ଦିଆଯାଇଛି ।ଯାହା ମାଧ୍ୟମରେ ସମସ୍ତ ଆବେଦନ କୁ ବିଦ୍ୟାଳୟ ତରଫରୁ online କରାଯିବ । ଆଜି ୪୨ ଛାତ୍ର ଛାତ୍ରୀ ଆବେଦନ କରିଥିବାର ବିଦ୍ୟାଳୟ ଅଧକ୍ଷ୍ୟ ନିରଞ୍ଜନ ଦାସ ସୂଚନା ଦେଇ ଅଛନ୍ତି ।
.
0 Comments