ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ମିଶନ ଶକ୍ତି ଆନୁକୁଲ୍ୟରେ ଆଜି ଇଣ୍ଟିଗ୍ରେଟେଡ୍ ଫାର୍ମ (ଏକୀକୃତ)କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିରଆରମ୍ଭ ହୋଇ ଯାଇଛି । ଆଜିର ଏହି ପ୍ରସିକ୍ଷଣ ଶିବିରରରେ ମୁଖ୍ୟ ଅତିଥି ଭାବରେ ସଚିଦାନନ୍ଦ ମିଶ୍ର ବିଡିଓ ନୂଆଗାଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତତ ସହିତ ଶ୍ରୀ ସଞ୍ଜୀବ କୁମାର ରାଉତ , ପ୍ରଦାନ ଏନଜିଓ | ସୁଚରିତ୍ରା ପଣ୍ଡା ଓଲଏମ, ଯୋଗ ଦେଇଥିଲେ । ଆଜିର ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ,ଉଦୟପୁର, କୋରଡା ଜି.ପି.ର ୨୫ ଜଣ ମହିଳା ଚାଷୀ ଭାଗନେଇଥିଲେ ଏହି IFC କ୍ଲଷ୍ଟର ପ୍ରଶିକ୍ଷଣ ଶିବିରରେ | ୩ ଦିନ ଧରି ପ୍ରଶିକ୍ଷଣ ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହେବ । ପ୍ରଥମ ଦିନ - ପରିଚୟ ସଭା |,୨ୟ ଦିନ - ଇଣ୍ଟିଗ୍ରେଟେଡ୍ ଫାର୍ମ କ୍ଲଷ୍ଟର କୋର ଟ୍ରେନିଂ , ତୃତୀୟ ଦିନ - କନଭର୍ଜେନ୍ସ ଟ୍ରେନିଂ ଅନୁଷ୍ଟିତ ହେବାକୁ ଅଛି ।
0 Comments