ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ ର କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମା ବିରଚଣ୍ଡି ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହିତ ଚାରିଦିନ ବ୍ୟାପି ଉତ୍ସବ ପାଳିତ ହୋଇଜାଇଛି।ଏହି ଉତ୍ସବ କୁ କୃଷ୍ଣଚନ୍ଦ୍ର ପୁର ଗ୍ରାମର ଜଣେ ସର୍ଦ୍ଧାଳୁ ଜାହାଙ୍କ ନାମ ଅନନ୍ତ କୁମାର ସାହୁ ମନ୍ଦିର ର ମୁଳଦୁଆ ଠାରୁ ଅନୁକୂଳ କରି ମନ୍ଦିର ର ମୁଣ୍ଡି ମାରିବା ପଯ୍ୟନ୍ତ ସମସ୍ତ ଖର୍ଚ୍ଚ ପରିବହନ କରିଛନ୍ତି ଓ ଏଥିରେ ଗ୍ରମର ଗ୍ରାମବାସୀ ମାନେ ସାହାଯ୍ୟ କରିଛନ୍ତି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବ ରେ ଦିବା ରାତ୍ର ନାମ ଜଜ୍ଞ, କଳସ ଶୋଭା ଜାତ୍ରା, ରତ୍ନମୃଦ, ନୂତନ ବିଗ୍ରହ ପ୍ରତିଷ୍ଠା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି।ଆଜି ଅନ୍ତିମ ଦିନରେ ଆଖ ପାଖ ଅଞ୍ଚଳରୁ ସତାଧିକ ସର୍ଦ୍ଧାଳୁ ଙ୍କ ଜନ ସମାବେଶ ଦେଖିବାକୁ ମିଳିଛି ଏବଂ ଏକ ସଭାର ଆୟୋଜନ କରାଜାଇଥିଲା
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଚେୟାର ମ୍ୟନ ଙ୍କ ପ୍ରତିନିଧି ତଥା ପୂର୍ବତନ ଚେୟାର ମ୍ୟନ ( ଉପେନ୍ଦ୍ର କୁମାର ସାହୁ ) ଏବଂ ସମ୍ମାନିତ ଅତିଥି ଭାବେ ନୂଆଗାଁ ବ୍ଳକ ଚେୟାର ମ୍ୟନ ଙ୍କ ପ୍ରତିନିଧି (ଶଙ୍କର୍ଷଣ ବେହେରା), ଦଶପଲ୍ଲା ଏନ ଏ ସି ଭାଇସି ଚେୟାର ମ୍ୟନ (କିଶ୍ବର ଚନ୍ଦ୍ର ଦାସ), ନୟାଗଡ଼ ଜିଲ୍ଲା ବିଜେଡି ସଭାପତି (ଦିଲ୍ଲିପ କୁମାର ଦଳବେହେରା), ମାଇଛେଳି ପଞ୍ଚାୟତ ର ଶରପଞ୍ଚ ଙ୍କ ପ୍ରତିନିଧି ତଥା ସମାଜ ସେବୀ (ଦାଶରଥି ପ୍ରଧାନ) ଓ କୃଷ୍ଣଚନ୍ଦ୍ର ପୁର ଗ୍ରାମର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ବହୁ ଆଡମ୍ବର ସହିତ ଚାରିଦିନ ଧରି ଚାଲିଥିବା ଏହି ଉତ୍ସବ ଆଜି ସୁରୁ ଖୁରୁରେ ସମାପନ ହୋଇଛି।
0 Comments