ଶ୍ରୀ ଜଗନ୍ନାଥ ରଥ ଯାତ୍ରା ନିମନ୍ତେ *ଗୁରୁତ୍ୱପୂର୍ଣ୍ଣ କଥା* :




ଜୟ ଜଗନ୍ନାଥ, 


ମାନନୀୟ ଭକ୍ତ ବୃନ୍ଦ .... ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ନିମନ୍ତେ କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥା, ଦୟାକରି ଏହାକୁ ଅନ୍ୟ ଭକ୍ତ ବୃନ୍ଦ, ଅତିଥି ମାନଙ୍କ ମଧ୍ୟରେ ପ୍ରସାରଣ କରନ୍ତୁ 


ଅନୁରୋଧ କରୁଛୁ ଆପଣ ମାନେ ମହାପ୍ରଭୁ ଙ୍କ ପ୍ରତିନିଧି ସ୍ୱରୂପ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ନିମନ୍ତେ ଆପଣଙ୍କ ପରିବାର, ବନ୍ଧୁ ବାନ୍ଧବ, ସଖା, କୁଟୁମ୍ବ, ସହପାଠୀ, ସହକର୍ମୀ ଏବଂ ପଡୋଶୀ ମାନଙ୍କୁ ନିମନ୍ତ୍ରଣ କରିବେ ଏହି ମହା ପର୍ବ ରେ ମହାପ୍ରଭୁ ଙ୍କ ମନ୍ଦିର କୁ ଶାଳୀନ ସାଂସ୍କୃତିକ ତଥା ଢିଲା ହାଲୁକା ଲଚିଲା ପୋଷାକ ପିନ୍ଧି ମହାପ୍ରଭୁ ଙ୍କ ଅତିଥି ହୋଇ ଆସିବା ପାଇଁ ଉତ୍ସହିତ କରିବେ. 


ରଥ ଯାତ୍ରା ପୂର୍ବରୁ ଆସନ୍ତୁ ଜାଣି ରଖିବା ରଥ ଯାତ୍ରା ର *କେତେକ ଗୁରୁତ୍ୱପୂର୍ଣ୍ଣ କଥା*. 


1. ନିଜ ନିଜ ପରିବାର ର ମହିଳା, ବୃଦ୍ଧ ଜନ, ଛୋଟ ଶିଶୁ, ଭିନ୍ନ କ୍ଷମ ମାନଙ୍କୁ ଭିଡ଼ ରୁ ଦୁରେଇ ରଖନ୍ତୁ, ଏକ କାଗଜ ରେ ତାଙ୍କ ପୂରା ନାମ, ଠିକଣା, ଦୁଇଟି ଇମରଜେନ୍ସି କଣ୍ଟାକଟ ନମ୍ବର, ବ୍ଲଡ଼ ଗୃପ ଇତ୍ୟାଦି ଲେଖି ସେମାନଙ୍କର ପକେଟ ରେ ରଖନ୍ତୁ. 


2. ଏହି ଶୁଭ ଦିନ ର ସଫଳ ରଥ ଯାତ୍ରା ସମାପନ ର ନିମନ୍ତେ ଏକମାତ୍ର ମହା ମନ୍ତ୍ର ହେଉଛି ଶାନ୍ତି ଶୃଙ୍ଖଳା. ପ୍ରତିବର୍ଷ ସରକାରୀ କର୍ତୃପକ୍ଷ ଏବଂ ଅଧିକାରୀ ମାନଙ୍କ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ମାନଙ୍କୁ କେବଳ "ଶାନ୍ତି ଶୃଙ୍ଖଳା ଏବଂ ଯାନ ବାହାନ ଅବରୋଧ ନ କରିବାର ପ୍ରତିଶୃତି" ସର୍ତ ରେ ହିଁ ରଥ ଯାତ୍ରା ପାଳନ କରିବା ପାଇଁ ଅନୁମୋଦନ ମିଳି ଥାଏ


3. ଅଗ୍ରିମ ପାଣିପାଗ ଅନୁମାନ ଏବଂ ପ୍ରଶାସନିକ ସୁଚନା ଥାଉ କି ନ ଥାଉ, କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ରଥ ଯାତ୍ରା ଦିନ ଇନ୍ଦ୍ର ଦେବ ରଥ ଯାତ୍ରା ର ପଥ ମାର୍ଜନା ତଥା ଭକ୍ତ ମାନଙ୍କୁ ସ୍ୱଚ୍ଛ, ଶୁଦ୍ଧ ଏବଂ ପବିତ୍ର କରିବା ନିମନ୍ତେ ଦି ଠୋପା ପାଦୁକା ହେଉ କିମ୍ବା ମୁଷଳ ଧାରା ରେ ହେଉ .... ବର୍ଷା ନିଶ୍ଚୟ କରାନ୍ତି, ସେଥିପାଇଁ ଆପଣ ମାନେ ପ୍ରସ୍ତୁତ ହୋଇ ଆସିବାକୁ ଅନୁରୋଧ 


4. ରଥ ଯାତ୍ରା ସ୍ଥାନ କୁ ଆସିବା ପୂର୍ବରୁ ସେହି ସ୍ଥାନ ର ନିକଟବର୍ତ୍ତୀ ହସ୍ପିଟାଲ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ , ପୋଲିସ କଣ୍ଟ୍ରୋଲ ରୁମ, ପ୍ରେଟ୍ରୋଲିଙ୍ଗ ଟିମ ଇତ୍ୟାଦି ର ହଟଲାଇନ ନମ୍ବର ଇତ୍ୟାଦି ନିଜ ପାଖରେ ରଖି ଥାଆନ୍ତୁ 


5. ଆପଣ ମାନଙ୍କୁ ଅନୁରୋଧ କୌଣସି ବିଶୃଙ୍ଖଳା ନକରି ସଂପୂର୍ଣ୍ଣ ଶାନ୍ତି, ଶୃଙ୍ଖଳା, ଭକ୍ତି ଏବଂ ନୀରବତା ର ସହ ରଥ ଯାତ୍ରା ପାଳନ କରନ୍ତୁ. କୌଣସି ତ୍ରୁଟି, ଅନିୟମିତତା, ଅବମାନନା କିମ୍ବା ଅନୀତି ସମ୍ପନ୍ନ କାର୍ଯ୍ୟ କରନ୍ତୁ ନାହିଁ, ଆପଣ ମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରାଣ ରହିଲା


6. ମନେ ରଖନ୍ତୁ ଭାଇ ମାନେ, ମନ୍ଦିର ସେବାୟତ, ଟ୍ରଷ୍ଟି, ପରିଚାଳକ, ମନ୍ଦିର କର୍ମୀ, ପୋଲିସ, ସିକ୍ୟୁରିଟି ଗାର୍ଡ, ଭଲ୍ୟୁଣ୍ତିଆର ଏବଂ ସ୍ୱେଛାସେବୀ ମାନେ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଚଳନ୍ତି ପ୍ରତିନିଧି. ରଥ ଯାତ୍ରା ଦିନ ସେମାନେ ଆମର ଗୁରୁଜନ. ସେମାନଙ୍କ ନିର୍ଦେଶ ମାନିବା ଅନିର୍ବାର୍ଯ୍ୟ. ସେମାନେ ଆମକୁ ସାହାଯ୍ୟ କରିବା ପାଇଁ ଏବଂ ରଥ ଯାତ୍ରା ମାହୋସ୍ଛବ କୁ ସୁରୁଖୁରୁ ରେ ଚଲେଇବା ପାଇଁ ନିୟୋଜିତ ଅଛନ୍ତି. ତେଣୁ ଆମେ ମଧ୍ୟ ତାଙ୍କୁ ସହଯୋଗ କରିବା ଏବଂ ତାଙ୍କ ର ସମସ୍ତ କଥା ଏବଂ ନିର୍ଦେଶ ମାନିବା. 


7. ଯାହା ହେଇ ଯାଉ ପଛେ, କିନ୍ତୁ ପୋଲିସ ଗାଡ଼ି, ଦମକଳ, ଆମ୍ବୁଲାନ୍ସ ତଥା ଅନ୍ୟ ଜୀବନ ରକ୍ଷକ ସେବା ଯାନ ବାହାନ ଗୁଡ଼ିକୁ ପ୍ରଥମେ ରାସ୍ତା ଛାଡିବା. 


8. ସହର ମାନଙ୍କ ରେ ରଥ ଯାତ୍ରା ନିମନ୍ତେ ପର୍ଯ୍ୟାପ୍ତ ଖୋଲା ଜାଗା ଏବଂ ପାର୍କିଙ୍ଗ କରିବା ପାଇଁ ଆବଶ୍ୟକ ସ୍ଥାନ ର ଅଭାବ ଥାଏ, ତେଣୁ ଆପଣ ମାନଙ୍କୁ ଅନୁରୋଧ ରଥ ଯାତ୍ରା ଦିନ ଆପଣ ମାନେ ନିଜ ନିଜ ଜାନା ବାହାନ ନ ଆଣି ସରକାରୀ ସାର୍ବଜନୀନ ପରିବହନ କିମ୍ବା ପ୍ରାଇଭେଟ କ୍ୟାବ ରେ ଆସିଲେ ଖୁବ ଭଲ, ଯଦି ଆପଣ ମାନେ ନିଜ ନିଜ ଜାନା ବାହାନା ଆଣୁଛନ୍ତି ତେବେ ରଥ ଯାତ୍ରା ସ୍ଥାନ ଠାରୁ ମିନିମମ ଏକ କିଲୋମିଟର ଦୂର ରେ ପାର୍କିଙ୍ଗ କରିଲେ ଭଲ 


9. ଆପଣ ମାନଙ୍କୁ ଅନୁରୋଧ ରଥ ଦୌଡ଼ି କୁ ଧୀରେ ଧୀରେ ଟାଣିବା, ଦୁଇ ପାଦ ଚଲେଇବା, ଟିକିଏ ଅଟକେଇବା, ପୁଣି ଦୁଇ ପାଦ ଚଲେଇବା, ପୁଣି ଦୁଇ ମିନିଟି ଅଟକିବା. ବର୍ଷ କୁ ଥରୁଟିଏ ଆସୁଛି ରଥ ଯାତ୍ରା, ଶୀଘ୍ର ଶୀଘ୍ର ରଥ ଚଳାଇ ରଥ ଯାତ୍ରା କୁ ଶୀଘ୍ର ସରେଇ ଦେବାନି. କାଳିଆ ବର୍ଷ କୁ ଥରୁଟିଏ ମାତ୍ର ରତ୍ନବେଦୀ ରୁ ଓହ୍ଲେଇ ଆସନ୍ତି ନିଜ ଭକ୍ତ ଗହଣ କୁ. ତେଣୁ ଆମେ ବି ସମ୍ପୂର୍ଣ ଶିଷ୍ଟାଚାର ର ସହ କାଳିଆ କୁ ଧୀରେ ଧୀରେ ରଥ ରେ ବୁଲାଇବା.


10. ମହାପ୍ରଭୁ ଙ୍କ ର ରଥ ଯାତ୍ରା ଦିନ ମହାପ୍ରଭୁ ଙ୍କୁ ଛୁଅନ୍ତୁ ନାହିଁ, ତାଙ୍କ ଟାହିଆ ଟାଣନ୍ତୁ ନାହିଁ, ରଥ କିମ୍ବା ରଥ ଦଉଡ଼ି ଛୁଇଁବା ପାଇଁ ରଥ ଟଣା ବେଳେ ପାଖକୁ ଯାଆନ୍ତୁ ନାହିଁ, ରଥ ଛୁଇଁବା ପାଇଁ ଇଛା ଥିଲେ କିମ୍ବା ଭୋଗ ଲଗାଇବା ପାଇଁ ଇଛା ଥିଲେ, ରଥ ଟଣା ପୂର୍ବରୁ କିମ୍ବା ରତ ଟଣା ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏବଂ ତା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାଡ଼ି ରେ ଆସି ରଥ ପାଖରେ ପୂଜା କରନ୍ତୁ 


11. ମହିଳା ମାନଙ୍କୁ ଅସଦାଚରଣ, ଅଶ୍ଳୀଳ ଇଙ୍ଗିତ, ଅଭଦ୍ରାଚରଣ, କୌଣସି ଅନ୍ୟ ଧର୍ମ ର ଲୋକଙ୍କୁ ଅସଦାଚରଣ କରିବା ନାହିଁ ତଥା ଆଇନି କାନୁନ ପ୍ରତି ସର୍ବଦା ସଚେତନ ରହିବା. କୌଣସି ସାମ୍ପ୍ରଦାୟିକ ବିଶୃଙ୍ଖଳା ଏବଂ ଅଶାନ୍ତି ଦେଖାଦେଲେ, ଆପଣ ମାନେ ସେଥିରେ ସମ୍ପୃକ୍ତ ନ ହୋଇ ସେ ସ୍ଥାନ ରୁ ଖୁବ ଶୀଘ୍ର ବହୁ ଦୂରକୁ ପଳାଇବେ ଏବଂ ପ୍ରଶାସନ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରେ ସହଯୋଗ କରିବେ, ଆପଣ ମାନଙ୍କୁ ପୁଣିଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରାଣ ରହିଲା 


12. ସନ୍ଦେହ ଜନକ କିମ୍ବା ପରିତ୍ୟକ୍ତ ବସ୍ତୁ ଠାରୁ ଦୁରେଇ ରହିବା, ଏହା ବିସ୍ଫୋରକ ହୋଇ ପାରେ, ତେଣୁ ଏହା ଠାରୁ ଦୂରତା ବ୍ୟବଧାନ ରଖି ତୁରନ୍ତ ପୋଲିସ, ସିକ୍ୟୁରିଟି, ଭଲ୍ୟୁଣ୍ତିଆର ଏବଂ ସ୍ୱେଛାସେବୀ ଭାଇ ମାନଙ୍କୁ ତତ୍କ୍ଷଣ ଅବଗତ କରାଇବା 


13. ସମସ୍ତ ବ୍ୟବସାୟୀ ଏବଂ ସମସ୍ତ ଭକ୍ତ ବୃନ୍ଦ ମାନଙ୍କୁ ଅନୁରୋଧ କେହି ଅଳିଆ, ଆବର୍ଜନା ଚାରିଆଡ଼େ ପକାନ୍ତୁ ନାହିଁ. କେବଳ ଡଷ୍ଟ ବିନ ରେ ହିଁ ଅଳିଆ ପକାନ୍ତୁ. ପ୍ଲାଷ୍ଟିକ ର କୌଣସି ବି ଜିନିଷ ( କପ, ପ୍ଲେଟ, ଚାମଚ, ଗ୍ଲାସ, ପାର୍ସଲ ପ୍ୟାକ, ) ବ୍ୟବହାର କରନ୍ତୁ ନାହିଁ. ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ. 


14. ରଥ ଯାତ୍ରା ଦିନ କୌଣସି ମାଦକ ତଥା ନିଶା ଦ୍ରବ୍ୟ, ମାରଣାସ୍ତ୍ର, ବିସ୍ଫୋରକ, ଅନୈତିକ ବସ୍ତୁ ର ବ୍ୟବହାର କିମ୍ବା ପାଖରେ ରଖିବା ଏକ ଦଣ୍ଡନୀୟ ଅପରାଧ. ଏଥିପ୍ରତି ସଜାଗ ରୁହନ୍ତୁ. ପ୍ରଶାସନ ତରଫ ରୁ ଶକ୍ତ ନିୟମ କରାଯାଇଛି ଏବଂ ଜୋରିମାନା ଏବଂ ଦଣ୍ଡ ର ପ୍ରାବଧାନ ମଧ୍ୟ କରାଯାଇଛି 


15. ନିଜ ନିଜ ର ଟଙ୍କା ପଇସା, ମୂଲ୍ୟବାନ ଜିନିଷ ପତ୍ର, ପର୍ସ, ଗହଣା, ଘଣ୍ଟା, କ୍ୟାମେରା, ମୋବାଇଲ, ଅନ୍ୟ ଦାମିକା ସାମଗ୍ରୀ ତଥା ପରିବାର ସଦସ୍ୟ ଙ୍କ ପ୍ରତି ନିଜେ ଧ୍ୟାନ ଦିଅନ୍ତୁ. 


16. ଚୋର, ପାକେଟମାର, ଗଣ୍ଡଗୋଳ କାରି ତଥା ଅନ୍ୟ ଆସାମାଜିକ ବ୍ୟକ୍ତି ମାନଙ୍କ ଠାରୁ ସତର୍କ ରୁହନ୍ତୁ. କୌଣସି ବି ସନ୍ଦେହ ଜନକ ପରିସ୍ଥିତି ରେ ପୋଲିସ ଏବଂ ସ୍ଵେଛା ସେବି ଭଲେନଟିଏର ମାନଙ୍କୁ ତୁରନ୍ତ ଜଣାନ୍ତୁ. 


ଆପଣଙ୍କ ସହୃଦୟ ଏବଂ ସମ୍ପୂର୍ଣ ସହଯୋଗ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ରଥ ଯାତ୍ରା ସୁରୁଖୁରୁ ରେ ପାଳନ କରିବା. 


ଦୟାକରି ଏହି ନିୟମାବଳି ଟିକୁ ଭକ୍ତ ବୃନ୍ଦ, ଅତିଥି, ନିଜ ନିଜ ସମ୍ପର୍କୀୟ ଏବଂ ସମସ୍ତ ଅତିଥି ମାନଙ୍କୁ ଅବଗତ ଏବଂ ସୋସିଆଲ ମେଡିଆ ରେ ପ୍ରସାରଣ କରନ୍ତୁ 


ଧନ୍ୟବାଦ, ଜୟ ଜଗନ୍ନାଥ


ଆପଣ ମାନଙ୍କ ର ଶ୍ରଧେୟ 

ଶ୍ରୀ ଶିବ ରାମ ବରାଳ

Post a Comment

0 Comments