ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧିନସ୍ଥ ଖାଲମଡା ଗ୍ରାମରୁ ବନବିଭାଗ ବିଶେଷସୂତ୍ରରୁ ଖବରପାଇ ହଠାତ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ମୂଲ୍ୟବାନ କାଠ ଜବତ କରିଥିବାର ସୂଚନା ମିଳିଛି. ସୂଚନା ମୁତାବକ ବନପାଳ ରାକେଶ ସାହୁ ସମେତ ବନରଖି ବିନାୟକ ଜେନା, ଶ୍ରୀକାନ୍ତ ନାୟକ, ସୁଧାକର ସାହୁ, ସମ୍ପତି ସାମନ୍ତରାୟ, ସାନ୍ୟାସିନୀ ପ୍ରଧାନ ଏକତ୍ରିତ ଭାବରେ ଛଡାଉକାରୀ ଖାଲମଡ।
ଗ୍ରାମର ବିଭିନ୍ନ ସ୍ଥାନରୁ ମୂଲ୍ୟବାନ 08 ଖଣ୍ଡ କାଠ ଯଥା (04 ଖଣ୍ଡ ଶାଳ,02 ଖଣ୍ଡ କୁରୁମ ଓ 02 ଖଣ୍ଡ କଷି)ଜବତ କରାଯିବା ସହ 02 ଗୋଟି ମାମଲା ରୁଜୁ କରାଯାଇଥିବାର ବନପାଳ ରାକେଶ କୁମାର ସାହୁ ସୂଚନା ଦେଇ ଅଛନ୍ତି.
0 Comments