ନୟାଗଡ଼, ପୂର୍ବତନ ବିଧାୟକ ଭାଗବତ ବେହେରାଙ୍କ ୨୨ ତମ ଶ୍ରାଦ୍ଧ ବାର୍ଷିକ

 


ନୟାଗଡ଼,ନୟାଗଡ଼ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧରପଣ୍ଡାଙ୍କ ଅଧକ୍ଷତାରେ ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଭାଗବତ ବେହେରାଙ୍କ ୨୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। 


ଏହି କାର୍ୟ୍ଯକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣପ୍ରଧାନ, ଜିଲ୍ଲା ପରିଷଦ ଅଧ୍ଯକ୍ଷଇଂ.ଦେବାଶିଷପଟ୍ଟନାୟକ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ, ସ୍ଵର୍ଗତ ବେହେରାଙ୍କ ସମୟରେ ଲୋକଙ୍କ ମଧ୍ୟରେ ପ୍ରତିବଦ୍ଧିତ ରହିଥୁଲା।ଏବେ ବିଲକ୍ଷଣ ଘଟିଛି। ବିଜୁ ବାବୁ ଓଭାଗବତ ବେହେରାଙ୍କ ମଧ୍ୟରେଭୟନଥିଲା। ଗଣତନ୍ତ୍ର ସୁରକ୍ଷା ପାଇଁ ତାଙ୍କରଲଢେଇ ଥିଲା । ଭାରତ ବର୍ଷାରେଅଘୋଷିତ ଗଣତନ୍ନ ବିରୋଧୀ କାବ୍ୟଚାଲିଛି। ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠାଆବଶ୍ୟକ ବୋଲି ବିଧାୟକ କହିଥିଲେ।ଶାନ୍ତି ପ୍ରତିଷ୍ଠା ପାଇଁ ମୋର ସଂଗ୍ରାମଉଦ୍ୟମ ଜାରି ରହିଛି ଓ ରହିବ। ମିଛ ଓଅପପ୍ରଚର କାଳବୈଶାଖୀ ଭଳି ଆସିବ ଓ ଚାଲିଯିବ। ସତ ଧୀରେ ଆସିବ, ଚିରସ୍ଥାୟୀ ହୋଇ ରହିବ ବୋଲି କହିଥିଲେ। ନୟାଗଡ଼ ଜିଲ୍ଲାର ସ୍ରଷ୍ଟା ଭାବେ ଭାଗବତ ପରିଚିତ ବୋଲି ରଣପୁର ବିଧାୟକ କହିଥିଲେ।ପୌର ପରିଷଦ ଅଧ୍ୟକ୍ଷା ତାଙ୍କ ବକ୍ତବ୍ୟରେଶ୍ରୀଯୁକ୍ତ ବେହେରାଙ୍କ ନୟାଗଡ଼ ପ୍ରତି ଥ‌ିବା ଅବଦାନ ସମ୍ପର୍କରେ ଅବଗତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜରଣସିଂହ, ସୁବାଷ ଚନ୍ଦ୍ର କହଁର, ଆଶିଷଅଗ୍ରୱାଲ, ପୌର ପରିଷଦ ଉପାଧ୍ଯକ୍ଷଗୁରୁପ୍ରସାଦ ଜେନାଙ୍କ ସମେତ ଅନେକସରପଞ୍ଚ ଓ ଜନପ୍ରତିନିଧୂମାନେ ଉପସ୍ଥିତରହିଥିଲେ। ଏହି ଅବସରରେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ରହିଥ‌ିବାରହିଥ‌ିବା ଶ୍ରୀଯୁକ୍ତ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ନୟାଗଡ଼ ଡ଼ାକ୍ତରଖାନାରେ ଫଳ ବଣ୍ଟନ ଓ ରକ୍ତଦାନଶିବିର ଅନୁଷ୍ଠିତ ହୋଇଥିଲା।

Post a Comment

0 Comments