ନୟାଗଡ ଜିଲ୍ଲା ନୂଆଗାଁ
ବ୍ଲକ ପରାଢିପି ପଂଚାୟତ ଅଧିନସ୍ଥ କରଡା ପଲ୍ଲୀ ନିକଟରୁ ବନବିଭାଗ ଜବତ କରିଛି ମୂଲ୍ୟବାନ କାଠ । ସୂଚନା
ମୁତାବକ ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୁଜ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟନାସ୍ଥଳରେ ପହଞ୍ଚି ଥିଲେ । ସାଳଗଣ୍ଡି ୬ଟି ,ଶିରିଶ
୧ ,ସାଳସାଇଜ ୬ ଟି କାଠ ଜବତ ହେବା ସହିତ ଘଟନା ସ୍ଥଳରୁ ଏକ କରତ ଜବତ ହୋଇଛି
। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୪୦୦୦୦ ଟଙ୍କା ବୋଲି ବନବିଭାଗ ସୂଚନା ଦେଇଛି
। । ଘଟନା ସ୍ଥଳରୁ ଆସାମୀ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ସେ ନେଇ ବନବିଭାଗ ଏକ ମାମଲା ରୁଜୁ ହୋଇଥିବାର
ବନବିଭାଗ ସୂଚନା ଦେଇଛି । ଘଟନା ସ୍ଥଳରେ ବନପାଳ ସମେତ ଶିଗ୍ଗ୍ନରାଣୀ ସ୍ଵାଇଁ,ଶ୍ରଦ୍ଧାଞ୍ଜଳି ସାହୁ ବିଘ୍ନେଶ ବେହେରା ,ରଶ୍ମିତା ଶେଠୀ , ରୀନା ସେଠୀ ବନ କର୍ମଚାରୀ ଓ ବନବିଭାଗର ଅନ୍ୟାନ କର୍ମଚାରୀ ଉପସ୍ଥିତ ରହିଥିଲେ ।
0 Comments