ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ୱାରା ନିରବ ପ୍ରାର୍ଥନା ହୋଇଯାଇଛି

 .


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟମାନେ ଆଜି ନିରବ ପ୍ରାର୍ଥନା କରିଥିଲେ. କାଳର ଅନ୍ତରାଳରେ କେବେ କଣ ହୁଏ ତାହା କହି ହୁଏନା. ସେଭଳି ଏକ ଟ୍ରେନ ଦୃଘଟଣା ସାର ଭାରତ ବର୍ଷରେ ସଭିଙ୍କ ହୃଦୟକୁ ଥରାଇ ଦେଇଥିଲା. ଯାହାକି ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା. ଏହି ଦୃଘଟଣାରେ ବହୁବ୍ୟକ୍ତି ମୃତ ହୋଇଥିବା ବେଳେ ସହସହ କ୍ଷତ ବିଖ୍ୟତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା. ପ୍ରାଣ ହରାଇ ଥିବା ସେହି ଅମର ଆତ୍ମାର ସଦଗତି ପାଇଁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ୨ ମିନିଟର ନୀରବ ପ୍ରାର୍ଥନା କରିଥିଲେ।ତତ୍ ସହିତ ଦୁର୍ଘଟଣା ରେ ଆହତ ହୋଇ ଚିକିତ୍ସାଧୀନ ଥିବା ସମସ୍ତ ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଥିଲା.

Post a Comment

0 Comments