ଅଛୁପଡା ନିକଟରେ ଅଜଣା ଗାଡି ଧକାରେ ଦୃଘଟନ ୨ ଗୁରୁତର ,ନୟାଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ।

  


 ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ ଆଛୁପଡା ନିକଟରେ ଘଟିଛି ଦୃଘଟଣା । ସୂଚନା ମୁତବକ ଆଜି ଅଛୁପଡା ନିକଟରେ ଭୁବନେଶ୍ବର ଭରତପୁର ର ଦୁଇ ଜଣ ଏକ ସ୍କୁଟି ଦ୍ଵାରା  ଦଶପଲ୍ଲା ଯାଉଥିବା ସମୟରେ ଅଛୁପଡା ନିକଟରେ ଏକ ଅଜଣା ଗାଡି ଢକା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମରିଥିଲା ।


ଘଟଣା ସ୍ଥଳରେ ଖବର ପାଇ ନୂଆଗାଁ ଅଗ୍ନିସମ ବାହିନୀ ପହଞ୍ଚି ତାଙ୍କୁ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ସେମାନେ ହେଲେ ଚିନ୍ତୁ ଦାସ ,ପିତା -ରଞ୍ଜନ ଦାସ ,ଭରତପୁର ।ଅନ୍ୟଜଣକ ହେଲେ ତାରିଣୀ ନାୟକ । ସେମାନେ ଅତ୍ୟଧିକ ମାତ୍ରାରେ ଗୁରୁତର ହୋଇଥିବାର ସୂଚନା ଅଗ୍ନିସମ ବାହିନୀ ଦେଇଛି ।

Post a Comment

0 Comments