ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡା ନିକଟରେ ଭାରତ ସରକାର ଙ୍କ G20 ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରୀତା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ କାର୍ଯ୍ୟକ୍ରମକୁ CRCC ନରେନ୍ଦ୍ର କୁମାର ବେହେରା ଉଦ୍ଘାଟନ କରିଥିଲେ | ମାଇଛେଳି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ଵାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଓ ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ |
ଶିକ୍ଷୟିତ୍ରୀ ପ୍ରଭାତୀ ଦେଇ , ସଂଯୁକ୍ତା ଦେଇ, ରଶ୍ମିତା ସେଠୀ ଓ ଦିପ୍ତୀମୟୀ ମହାପାତ୍ର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ଲକ୍ଷଣ ଓ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା ତଥା ଶାରିରୀକ ବ୍ୟାୟାମ , ଗଣିତ ଓ ଭାଷା ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗଳ୍ପ କଥନ ଅଭିଭାବକଙ୍କ ଚିଠି ସମ୍ବନ୍ଧିତ ଆଲୋଚନା ଏବଂ ଶିକ୍ଷାର୍ଥୀଙ୍କର ଉତ୍ତମ ସ୍ୱାସ୍ଥ୍ୟଭ୍ୟାସ ସଂମ୍ଵନ୍ଧିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | CRCC ଜଳ ଭାଗିତାରୀତା ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶପଥ ପାଠ ଓ ଅନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୩୦ ଜଣ ଶିକ୍ଷାର୍ଥୀ ୩୦ ଜଣ ଅଭିଭାବକ ଓ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ |
0 Comments