ପୋଖରୀ ଖୋଳାନେଇ ସରପଞ୍ଚ ନାମରେ ବିଡ଼ିଓଙ୍କୁ ଅଭିଯୋଗ



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକପରିସରରରେ ଆଜି ଚଡେଇମରା ଗ୍ରାମ ଗ୍ରାମବାସୀ ଏକ ତ୍ରିତ ଭାବରେ ବିଡିଓ ନୂଆଗାଁ ଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ । ଅଭିଯୋଗ ପତ୍ରରେ ଉଲେଖ ଅଛିକି ଉଦୟପୁର ପଞ୍ଚାୟତ ମଧ୍ୟରେ ଚଡେଇମରା ଗ୍ରାମ ରହି ଅଛି । ଏହି ଗ୍ରାମରେ ପୋଖରୀ ଖୋଲିବା ପାଇଁ ୨ବର୍ଷ ତଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜଜନା ରେ ଅନୁମତି ମିଳିଥିଲା । ଉଦୟପୁର ସରପଞ୍ଚ ଉକ୍ତ କାମଟିକୁ କରିବା ପାଇଁ ଇଛୁକ ଥିଲେ କିନ୍ତୁ ଗ୍ରାମବାସୀ ନିଜେ କରିଥିଲେ । ଅଭିଯୋଗର ବିଷୟ ହେଲା ଗ୍ରାମ ପଞ୍ଚାୟତରୁ ଫାଇଲ ଅନୁମୋଦନ ପରେ ଉକ୍ତ କାମର ୨ ସପ୍ତାହ ପରେ ମଷ୍ଟରରୋଲ ବ୍ଲକ ତରଫରୁ ବାହାରିଲା କିନ୍ତୁ ସେଥିରେ କୋଣସି କମାହେଇନଥିବାର ସୂଚନା ଦିଆଯାଇଥିଲା । ଚଡେଇମରା ଗ୍ରାମବାସି ଅଭିଯୋଗ କରିଛନ୍ତି କି ସେମାନେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରପଞ୍ଚ ଆକୋର୍ସ ରଖୀ ବିଲ କରୁନଥିବାର ନୂଆଗାଁ ବିଡିଓ ଙ୍କୁ ଅଭିଯୋଗ ଦରଖାସ୍ତ ଦେଇ ଅଛନ୍ତି ।ଏହାର ତଦନ୍ତ କରାଯିବ ବୋଲି ନୂଆଗାଁ ବିଡ଼ିଓ ସଚିଦାନନ୍ଦ ମିଶ୍ର ସୂଚନା ଦେଇ ଅଛନ୍ତି.

Post a Comment

0 Comments