ନୂଆଗାଁ ବ୍ଲକ ପରିସରରେ ମୋ ଘର ସମ୍ପର୍କିତ ସଚେତନତା କାର୍ମଶାଳା

 

(ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା କରାଇବାକୁ ବିଡିଓ ଙ୍କ ଅନୁରୋଧ )

ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହରେ ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ର ନିର୍ଦ୍ଦେଶ ନାମା ଓ ଜିଲ୍ଲା ପ୍ରଶାସନ ର ପରାମର୍ଶ କ୍ରମେ ଆଜି ତା ୦୩.୦୬.୨୦୨୩ ରିଖରେ ପୂର୍ବାହ୍ନ ୯ ଘଟିକା ରେ ନୂତନ ଭାବେ ପ୍ରାରମ୍ଭ କରାଯାଇଥିବା “ମୋ ଘର” ଯୋଜନା ସମ୍ପର୍କିତ ଏକ କର୍ମଶାଳା ତଥା ସଚେତନତା କାର୍ଯ୍ୟ କ୍ରମ ନୂଆଗାଁ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ନୂଆଗାଁ ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଚିଦାନନ୍ଦ ମିଶ୍ରଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ କଚା ଘରେ ବସ ବାସ କରୁଥିବା ପରିବାରବର୍ଗଙ୍କୁ ପକା ଘର ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ଗତ ମଇ ମାସ ୨୯ ତାରିଖରେ “ମୋ ଘର” ଯୋଜନା ଲୋକାର୍ପଣ କରିଥିଲେ । ଏହି ପରି ପ୍ରେକ୍ଷୀରେ ଯୋଜନାର ମୁଖ୍ୟ ଉଦ୍ୟେଶ ଏବଂ ଏହାର ସଫଳ ରୁପାୟନ ଦିଗରେ ବ୍ଲକ , ବ୍ଯାଙ୍କ ,ରାଜସ୍ୱ ଅଧିକାରୀ ଏବଂ ଅନ୍ୟମାନ ଙ୍କର କି ପ୍ରକାରର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଅଛି , ସେ ସମ୍ପର୍କରେ ବିଷାଦ ଭାବରେ ବୁଝାଯାଇଥିଲା । ଏହି ଯୋଜନାରେ ଆବେଦନ କରୁଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସାହାଯ୍ୟ ସହଯୋଗ ପ୍ରଦାନ ପୂର୍ବକ ବ୍ଯାଙ୍କ ଋଣ ମଞ୍ଜୁରୀ କରିବା ଦିଗରେ ବ୍ଲକ ଓ ତହସିଲର ଭୂମିକା ଉପରେ ବିଡିଓ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ଏହି ଯୋଜନାରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତି ଆସନ୍ତା ୧୬ ତାରିଖରୁ ରାଜ୍ୟ ସରକାରଙ୍କ ୱେବ ସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଏବଡିଓ ଶ୍ରୀ ସ୍ଵଦେଶ ରଞ୍ଜନ ଶତପଥି ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ତହସିଲଦାର ଶ୍ରୀ ହେମନ୍ତ କୁମାର ନାୟକ , ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାରେ ବ୍ଲକ ସ୍ତରରେ ଥିବା ସମସ୍ତ ବ୍ଯାଙ୍କ ଅଧିକାରୀ ରାଜସ୍ୱ ନିରକ୍ଷକ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଏବଂ ଗ୍ରାମୀଣ ଗୃହନିର୍ମାଣ ବିଭାଗର ପ୍ରକଳ୍ପ ସହାୟକ ଶ୍ରୀ କାର୍ତ୍ତିକ ଦାସ , ପ୍ରକଳ୍ପ ସଂଯୋଜକ ଶ୍ରୀ ଦେବରାଜ ସାମଲ ଙ୍କ ସମେତ ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏ ଦିଗରେ ସମସ୍ତଙ୍କର ଆନ୍ତରିକ ସହଯୋଗ ପାଇଁ ବିଡିଓ ଅନୁରୋଧ କରିଥିଲେ । 

Post a Comment

0 Comments