ରଣପୁର ରେ ରଥ ନିର୍ମାଣ
ଚଳିତ ବର୍ଷ ମଧ୍ୟ ପୁରୀ ଭଳି ରଣପୁର ରେ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ପୂର୍ବ ପ୍ରସ୍ତୁତି ସରିଛି ଓ ତିନୋଟି ରଥ ନିର୍ମାଣ କାର୍ଯ୍ୟ କୁ ଗୁଣ୍ଡିଚା ପୂର୍ବରୁ ସମାପ୍ତ କରାଇ ଶ୍ରୀଜୀଉ ଙ୍କ ଗୁଣ୍ଡିଚା ଯାତ କୁ ଧୁମ୍ ଧାମରେ ପାଳନ କରାଯିବ । ତେବେ ରଣପୁର ରେ ତିନିରଥର ନିର୍ମାଣ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।
ପ୍ରଚଣ୍ଡ ଖରା ର ଉତ୍ତାପ କୁ ସହ୍ୟ କରି ନିର୍ମାଣକାରୀ ସେବକ ମାନେ ଉତ୍ସାହର ସହକାରେ ଲାଗିଛନ୍ତି ମହାପ୍ରଭୁ ଙ୍କ ରଥ ନିର୍ମାଣ କାର୍ଯ୍ୟରେ । ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରିବା ସହିତ ରଥ ର ୧୨ ଟି ଦୁଆର ବେଢ ଲଗାଯାଇଥିବା ବେଳେ ରଥରେ କନା ପକା କାର୍ଯ୍ୟ ସମାପ୍ତ ହୋଇଛି ।
ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ା ରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିଛି । ପରେ ଦେବୀ ଦଳନ ଓ ନନ୍ଦିଘୋଷ ରଥ ର ଚତୃପାର୍ଶ୍ଵରେ କନା ପଡ଼ିବା ପରେ ବତା , ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଉମାତ୍ର ମଝିରେ ଗୋଟିଏ ଦିନ , ଆଉ କେତେ ଘଣ୍ଟା ତଫାତରେ ସାଜସଜ୍ଜା ହୋଇ ପ୍ରସ୍ତୁତ ରହିବ ତିନିରଥ ।
ପରଦିନ ଶ୍ରୀ ଜୀଉ ଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହେବ ଯେଉଁଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଧୃତ ଗତିରେ ଆଗେଇ ଚାଲିଛି… ତିନିରଥର ଠେକେରା ବାଡ଼ ଦାଢ଼ ଅଂଶରେ ହଂସ ପଟା ବାଡ଼ିଆ ଶେଷ ହୋଇଛି । ଆସନ୍ତାକାଲି ସୁଦ୍ଧା ତିନିରଥ ଉପରେ ଠେକେରା ବାଡ଼ ବୁଲିବା କାର୍ଯ୍ୟ ଶେଷ ହେବ । ତିନିରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି
ସେହିପରି ତିନିରଥର ତିନି ସାରଥୀ ଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ । ଏବଂ ଆଜି ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏତଦ୍ ବ୍ୟତୀତ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି ସେବକ ମାନେ ।
ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ଉପସ୍ଥିତ ପରେ ରଥ ନିର୍ମାଣର ମୁଖ୍ୟ କବିରାଜ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ପ୍ରାୟତଃ ୧୨ ଜଣ ସେବକ ନିର୍ମାଣ କାର୍ଯ୍ୟ ରେ ଲିପ୍ତ ଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ସେବକ ମାନଙ୍କ ପାଇଁ କଡା ସୁରକ୍ଷା ଓ ଖରା କୁ ଦୃଷ୍ଟି ଆଗରେ ରଖି ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି ।
0 Comments