ଚାରିଦିନ ପରେ ଡାହୁକା ନଦୀପଠାରୁ ମିଳିଲା ମୃତ ଦେହ

 *ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ ଘଟଣା*


 




 ନୟାଗଡ଼ ଜିଲ୍ଲା ଡାହୁକା ନଦୀ ପଠାରୁ ଦୀର୍ଘ ଚାରି ଦିନ ପରେ ଆଜି ମିଳିଲା ବୃଦ୍ଧା ଙ୍କ ମୃତ ଦେହ | ଆଜି ଅପରାହ୍ନ 4 ଘଣ୍ଟିକା ସମୟ ରେ ପରିବାର ଖୋଜା ଖୋଜି କରୁଥିବା ବେଳେ ଡାହୁକା ନଦୀ ପଠା ରେ ଥିବା ଏକ ଜୁଣ ବୁଦା ମୂଳରେ ବୃଦ୍ଧା ଙ୍କ ମର ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା | ସୂଚନା ଅନୁସାରେ ଗତ ସୋମବାର ପୂର୍ବାହ୍ନରେ ସଦରଥାନା ଅନ୍ତର୍ଗତ ଖଣ୍ଡୁର୍ଗା ଗ୍ରାମର ସ୍ବର୍ଗତ ଭିକାରୀ ଦାସଙ୍କ ସ୍ତ୍ରୀ ଲକ୍ଷ୍ମୀ ଦାସ(୮୨) ବାଡ଼ିପଟେ ଥ‌ିବା ଡାହୁକା ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟଧରି ସେ ଘରକୁ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରି ନିରାଶ ହେବା ପରେ ନୟାଗଡ଼ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ । ତୁଳସିପୁର-ମାଳିସାହି ରାସ୍ତାର ଖଣ୍ଡୁର୍ଗା ନିକଟ ଡାହୁକା ନଦୀର ପୋଲତଳ ଗଣ୍ଡରେ ଅଗ୍ନିଶମ ବାହିନୀ ଦିନତମାମ ଖୋଜା ଖୋଜି କରିଥିଲେ । ନିଖୋଜ ହେବାର ୨ ଦିନ ବିତି ଯାଇଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିନଥ‌ିବାରୁ ବୃଦ୍ଧାଙ୍କ ପରିବାର ପକ୍ଷରୁ ନୟାଗଡ଼ ସଦରଥାନା ରେ ଲିଖିତ ଅଭିଯୋଗ କରିଥିଲେ | ତେବେ ଆଜି ଡାହୁକା ନଦୀ ପିଠରୁ ବୃଦ୍ଧା ଙ୍କ ମୃତ ଦେହ ଠାବ ପରେ ଘଟଣା ସ୍ଥଳ ରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି |

Post a Comment

0 Comments