ଆରମ୍ଭ ହୋଇଯାଇଛି ଘୋଷଯାତ୍ରା ର ପ୍ରଥମ ପର୍ବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ। ଶ୍ରୀକ୍ଷେତ୍ର ପୁରୀଠାରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ। ଦୀର୍ଘ ପନ୍ଦର ଦିନ ଧରି ଭକ୍ତମାନେ ଅପେକ୍ଷା କରିଥିଲେ ଏହି ଦିନକୁ କେବେ ମହାପ୍ରଭୁ ଙ୍କ ଜର ଭଲହେବ ଆଉ ଦର୍ଶନ ଦେବେ ଜଗତର ଗୋସାଇଁ ।ଏବେ ସେହି ଦିନ ଆସିଛି ଆଉ ହେଇଛି ଭକ୍ତ ଓ ଭଗବାନଙ୍କ ମିଳନ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ବଡ଼ଦାଣ୍ଡ ରେ ଗୁଳୁଗୁଳି ଓ ଖରା ରେ କେହି ଭକ୍ତ ଯେପରି ଅସୁସ୍ଥ ନ ହୁଅନ୍ତି ସେହି କାରଣରୁ ଅଗ୍ନିସମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କାର୍ଯ ବେଶ ଜୋରସୋରରେ କରାଯାଉଛି ।ବଡ଼ଦାଣ୍ଡ ରେ ସ୍ଥାନେ ସ୍ଥାନେ firstaid ବ୍ୟବସ୍ଥା ମଧ୍ୟ ପ୍ରଶାସନ ଦ୍ୱାରା କରାଯାଇଛି ଓ ଟ୍ରାଫିକ ନିୟନ୍ତ୍ରଣ କୁ ବି ଗୁରୁତ୍ଵ ଦିଆଯାଇଛି ।ପୋଲିସ ପ୍ରଶାସନ ମଧ୍ୟ ଏହି ଶ୍ରୀଗୁଣ୍ଡିଚା ପର୍ବ ରେ ଗୁରୁଦାୟିତ୍ବ ବହନ କରି ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।ପୁରୀ ହୋଇଛି ଉତ୍ସବ ମୁଖର ଓ ଚାରିଆଡ଼େ ଜଗନ୍ନାଥ ମୟ.
0 Comments