ସଂପଡା ମେଗା ନର୍ସରୀ ମଧ୍ୟରେ ଟ୍ରାଙ୍କୁ୍ଲାଇଜ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇ ଯାଇଛି.

 



ନୟାଗଡ଼ ବନ ବିଭାଗର ମହିପୁର ରେଞ୍ଜ ଅନ୍ତର୍ଗତ ମେଗା ନର୍ସରୀ ସଂପଡା ଠାରେ ଟ୍ରାଙ୍କୁ୍ଲାଇଜ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି  |  ଏହି ପ୍ରଶିକ୍ଷଣରେ ୭ ରେଞ୍ଜର ଓ ୩୫ ଜଣ ବନକର୍ମଚାରୀ ଯୋଗଦେଇଥିଲେ  |  ଆଜିର ଏହି ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ,ବନରକ୍ଷୀ  ଯୋଗ ଦେଇଥିଲେ।  ତତ ସହିତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ, ଓ ନୟାଗଡ଼ ଏସିଏଫ ଯୋଗଦେଇଥିଲେ।  କିଭଳି ଭାବରେ ଜଙ୍ଗଲରେ ଜଙ୍ଗଲ ପଶୁ ଜନ୍ତୁ ଙ୍କୁ ଗନ ଦ୍ୱାରା ଟ୍ରାଙ୍କୁ୍ଲାଇଜ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ସେଥିପାଇଁ ମଧ୍ୟପ୍ରଦେଶରୁ ଏକ ପ୍ରଶିକ୍ଷଣ ଟିମ ଆସିଥିଲେ । କିଭଳି ଭାବରେ ଟ୍ରାଙ୍କୁ୍ଲାଇଜ କରାଯିବ । କେତେ ବ୍ୟବଧାନରେ ଟ୍ରାଙ୍କୁ୍ଲାଇଜ କରାଯିବ କିଭଳି କରାଯିବ ସେ ନେଇ ପୁଙ୍ଖାନୁ ପୁଙ୍ଖ ଭାବରେ ପ୍ରଶିକ୍ଷଣ ଦିଆଯାଇଥିଲା ।


ନୟାଗଡ ବନଖଣ୍ଡ  ଏ ସି ଫ୍ ହିମାଂଶୁ ଶେଖର ମୁଦୁଲି ,ମହାନଦୀ ବନ୍ୟାପ୍ରାଣୀ ଏ ସି ଫ ଶ୍ରୀମତୀ ସୁଦିପ୍ତି ମହାପାତ୍ର ଉପସ୍ଥିତ ରହିଥିଲେ । ଟ୍ରାଙ୍କୁ୍ଲାଇଜ ଗନ କୁ କିଭଳି ବ୍ୟବହାର କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା। କିଭଳି ଭାବେ ଜଙ୍ଗଲ ଜୀବ ଜନ୍ତୁ ମାନଙ୍କୁ ଟ୍ରାଙ୍କୁ୍ଲାଇଜ କରି ସେମାନଙ୍କ ଉତ୍ତମ ଉପଚାର କରାଯାଇପାରିବ ସେ ସମ୍ବନ୍ଧ ରେ  ଆଲୋକପାତ କରାଯାଇଥିଲା

 

Post a Comment

0 Comments