ଶରତ ମହାପାତ୍ର( ପୁରୀ )୧୪ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଉତ୍ତରାୟଣ, ଗ୍ରୀଷ୍ମଋତୁ, ବୃଷ ୩୧ଦିନ, ଆଷାଢ଼ ୧୦ଦିନ, କୃଷ୍ଣପକ୍ଷ, ବୁଧବାର,କୃଷ୍ଣ ଏକାଦଶୀ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ଦ୍ଵାଦଶୀ।ସୂର୍ଯ୍ୟୋଦୟ - ପ୍ରାତଃ ୫ଘ ୭ମି ,ସୂର୍ଯ୍ୟାସ୍ତ - ସନ୍ଧ୍ଯା ୬ଘ ୨୮ମି,ପର୍ବ - ପହିଲି ରଜ, ଯୋଗିନୀ ଏକାଦଶୀ , ଖଳିଲାଗି ଏକାଦଶୀ, ମାସାନ୍ତ।ନକ୍ଷତ୍ର - ଅଶ୍ଵିନୀ ଦିବା ୧ଘ ୪୫ମି ପର୍ଯ୍ଯନ୍ତ,ପରେ ଦ୍ଵିଜା,ଚାନ୍ଦ୍ରରାଶି - ମେଷ।ଯୋଗିନୀ - ଆଗ୍ନୟେ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ନୈଋତେ, ବାୟବେ,ଉତ୍ତରେ,ଐଶାନ୍ୟେ ଯାତ୍ରା ନାସ୍ତି ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ଐଶାନ୍ୟେ,ପୂର୍ବେ,ଆଗ୍ନୟେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତବାର - କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ।ଘାତଚନ୍ଦ୍ର - ମେଷ ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ନାସ୍ତି ଦିବା ୧ଘ ୪୫ମି ପର୍ଯ୍ଯନ୍ତ,ପରେ ଧନୁ ରାଶି ବ୍ଯକ୍ତିଙ୍କ ପାଇଁ।ଘାତତିଥି - ନାସ୍ତି ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ତୁଳା, ମକର ରାଶି ବ୍ଯକ୍ତିଙ୍କ ପାଇଁ।ଚନ୍ଦ୍ରଶୁଦ୍ଧି - ମେଷ, ମିଥୁନ, କର୍କଟ, ତୁଳା, ବିଚ୍ଛା, କୁମ୍ଭ ରାତ୍ର ୮ଘ ୧୫ମି ୧୫/ଜୁନ ପର୍ଯ୍ଯନ୍ତ।ପୁଷ୍କର - ମୃତେ ନାସ୍ତି ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ୧ପାଦ।ଶ୍ରାଦ୍ଧକର୍ମ - ଏକାଦଶୀର ଏକୋଦ୍ଦିଷ୍ଠ, ଦ୍ଵାଦଶୀର ଶ୍ରାଦ୍ଧକର୍ମ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ଶିମ୍ବ, ଆମିଷାଦି ଖାଦ୍ୟ ପ୍ରାତଃ ୮ଘ ୫୧ମି ପର୍ଯ୍ଯନ୍ତ,ପରେ ପୋଇ, ମଶୁର ଓ ତୈଳ,ପ୍ରଥମ ରଜଦର୍ଶନେ ଶୁଭାଶୁଭ - କାମାତୁରା, ବେଶ୍ଯାଭାବ ଦିବା ୧ଘ ୪୫ମି ପର୍ଯ୍ଯନ୍ତ, ପରେ ୧୦ମାସ ଗଣ୍ଡଦୋଷ ଫଳ ବୈଧବ୍ଯ। ଜଗନ୍ନାଥ ଙ୍କୁ ସ୍ମରଣ କରନ୍ତୁ ଦିନ ଭଲ ରେ କଟିବ ।

Post a Comment

0 Comments