ଗଙ୍ଗାଜଳ ଘରର ବାସ୍ତୁ ଦୋଷ ଦୂର କରେ
ଶ୍ରାବଣ ମାସରେ ଘରର ବାସ୍ତୁ ଦୋଷ ଦୂର
କରିବାକୁ ଶିବ ପୂଜା ସହିତ କିଛି ପ୍ରତିକାର ମଧ୍ୟ
ଅତ୍ୟନ୍ତ ପ୍ରଭାବଶାଳୀ ।
ଶ୍ରାବଣ ମାସରେ
ଯେତେବେଳେ ସବୁ ଦିଗରେ ଭୋଲେନାଥଙ୍କ ମହିମା
ସେତେବେଳେ ତାଙ୍କ କୃପାରୁ ଘରର ବାସ୍ତୁ ଦୋଷ
ମଧ୍ୟ ଦୂର ଦୂର କରାଯାଇପାରିବ । ଏଥିପାଇଁ ଯଦି
ଆପଣ ସୋମବାର ଶିବ ପୂଜାରେ ଗଙ୍ଗା ଜଳ ସହିତ
ଶିବଲିଙ୍ଗକୁ ଅଭିଷେକ କରନ୍ତି, ତେବେ ଖୁବ ଶୀଘ୍ର
ଭୋଲେନାଥ ପ୍ରସନ୍ନ ହେବେ । ଏହା ଦ୍ୱାରା ଭକ୍ତଙ୍କ
ଜୀବନରୁ ବାଧା ବିଘ୍ନ ଦୂର ହୋଇଯିବ । ଯଦି ଘରେ
ବାସ୍ତୁ ଦୋଷ ଥାଏ ଏବଂ ଏଥିପାଇଁ ଆପଣ ଚିନ୍ତିତ
ତାହେଲେ ଘରେ ପ୍ରତିଦିନ ଗଙ୍ଗାଜଳ ଛିଞ୍ଚନ୍ତୁ । ଏହା
କରିବା ଦ୍ୱାରା ଘରର ଯେକୌଣସି ବାସ୍ତୁ ଦୋଷ ଦୂର
ହୋଇଯାଏ । ପ୍ରତିଦିନ ଗଙ୍ଗାଜଳ ସିଞ୍ଚନ କରିବା ଦ୍ୱାରା
ଘରେ ସକରାତ୍ମକ ଶକ୍ତି ବାସ କରିଥାଏ । ଯଦି ପରିବାର
ସଦସ୍ୟଙ୍କ ମଧ୍ୟରେ ବିବାଦ ବା ଅସନ୍ତୋଷ ଥାଏ
ତେବେ ପ୍ରତିଦିନ ସକାଳେ ସମଗ୍ର ଘରେ ଗଙ୍ଗା ପାଣି
ଛିଞ୍ଚନ୍ତୁ, ନକାରାତ୍ମକତା ଶକ୍ତି ଦୂର ହେବା ସହ
ସକରାତ୍ମକ ବାତାବରଣ ସୃଷ୍ଟି ହେବ
0 Comments