ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ମିଶନ ଶକ୍ତି ଆନୁକୁଲ୍ୟରେ ଆଜି ଇଣ୍ଟିଗ୍ରେଟେଡ୍ ଫାର୍ମ (ଏକୀକୃତ)କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିରଆଜି ଶେଷ ହୋଇ ଯାଇଛି । ଆଜିର ଏହି ଅନ୍ତିମ ପ୍ରସିକ୍ଷଣ ଶିବିରରରେ ଅତିଥି ଭାବରେ ମହିପୁର ରେଞ୍ଜର ଅମରିତ କୁମାର ସାହୁ ,ଉଦ୍ୟାନ ବିଭାଗରୁ ଅଜିତ କୁମାର ନାୟକ ,କୃଷି ବିଭାଗରୁ ,ଭେଟନାରୀ ମୁଖ୍ୟ ଅଧିକାରୀ,ସସ୍ମିତା ପରିଡା ଯୋଗଦେଇଥିଲେ । ଆଜିର ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ,ଉଦୟପୁର, କୋରଡା ଜି.ପି.ର ୭୫ ଜଣ ମହିଳା ଚାଷୀ ଭାଗନେଇଥିଲେ ଏହି IFC କ୍ଲଷ୍ଟର ପ୍ରଶିକ୍ଷଣ ଶିବିରରେ | ୩ ଦିନ ଧରି ପ୍ରଶିକ୍ଷଣ ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ - କନଭର୍ଜେନ୍ସ ଟ୍ରେନିଂ ଅନୁଷ୍ଟିତ ହୋଇଥିଲା ମହିଳା ଚାଷୀ ମାନଙ୍କୁ କିଭଳି ସମସ୍ତ ବିଭାଗରୁ ସହାୟତା ମିଳିବ ସେ ନେଇ ଆଲୋଚନା ହୋଇଥିଲା । ମହିଳା କୃଷି ମାନଙ୍କ ଠାରୁ ବନବିହାଗ ଦ୍ଵାରା ଜିଆଖତ ଓ ଚାରା ଉତ୍ପାଦନ କ୍ରୟ କରାଯିବ ,ସେହିପରି ଉଦ୍ୟାନ ବିଭାଗ ବିଭିନ୍ନ ପ୍ରକାର ଫୁଲ୍ଲ ଚାଷ ଓ ଛତୁ ଚାଷ ପାଇଁ ସହାୟତା କରାଯିବ ,କୃଷି ବିଭାଗ ଦ୍ଵାରା ଧାନ ,ମଣ୍ଡିଆ ,ମୁଗ ଉତ୍ପାଦନ ପାଇଁ ସହାୟତା ଦିଆଯିବ ,ପାସୁସମ୍ପଦ ବିଭାଗ ଦ୍ଵାରା ଗାଈ ,ଛେଳି ,କୁକୁଡା ଚାଷ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଥିଲା ।
0 Comments