ଆଞ୍ଚଳିକ ସାମ୍ବାଦିକ ସଂଘ ର ଅତିଥ୍ୟତାରେ ଅତ୍ୟନ୍ତ ଖୁସି ହେଲେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ
ନୂଆଗାଁ: : ସୁଦୂର ରାଜସ୍ଥାନ ର ସୱାଇ ମାଧପୁର ଜିଲ୍ଲା ରେଣ୍ଡିଆଲ ଗ୍ରାମ ର ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ବିଜୟ ଗୁରୁଜର ଙ୍କୁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସୂଚନା ଥାଉକି ଦୀର୍ଘ ଛଅ ମାସ ହେବ ଦଣ୍ଡ ପ୍ରଣାମ କରି ପ୍ରାୟ ୧୫ ଶହ ରୁ ଉର୍ଦ୍ଧ୍ବ କିମି ରାସ୍ତା
ଅତିକ୍ରମ କରି ଆଜି ନୂଆଗାଁ ବ୍ଲକ୍ ଛକରେ ପହଞ୍ଚିଥିଲେ।ସେଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ଶ୍ରୀ ଗୁରୁଜର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ।କାର୍ଯ୍ୟାଳୟରେ ଶ୍ରୀ ଗୁରୁଜର କିଛି ସମୟ ବିଶ୍ରାମ ନେବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଦସ୍ୟ ମାନଙ୍କ ସହ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ଉପସ୍ଥିତ ଥିଲେ ।ଆଞ୍ଚଳିକ ସାମ୍ବାଦିକ ସଂଘ ସଦସ୍ୟ ମାନଙ୍କ ଆତିଥ୍ୟ ତାରେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ।
0 Comments