ରାସ୍ତାରୁ ସାଇକେଲ ଚୋରୀ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ସୀମା ଗ୍ରାମର କବିରାଜ ପ୍ରଧାନ ଙ୍କ ଝିଅ ମାମାଲି ସବୁଦିନ ଭଳି ଟିଉସନ କରିବାପାଇଁ ସାଇକେଲ ରେ କାପ୍ତାପଲ୍ଲୀ ଯାଉଥିଲା l ଟିଉସନ ରୁ ଗତକାଲି ଦିନ ସମୟ  ୩ ଘ, ଫେରିଲାବେଳେ କିଛି ଦୁର୍ବୁତ୍ତ ଝିଅ କୁ ଧକା ମାରି ତା ର ନୂଆ ସାଇକେଲ ଟିକୁ ନେଇଯାଇଥିଲେ l କାଲି ସନ୍ଧ୍ୟା ରେ କବିରାଜ ପ୍ରଧାନ ବାହାଡାଝୋଲା ଫାଣ୍ଡିରେ ଏ ବାବଦରେ ଅଭିଯୋଗ କରିଛନ୍ତି l 

ସୂଚନା ଥାଉ କି ଏବେ ଏବେ କାପ୍ତାପଲ୍ଲୀ ହାଇସ୍କୁଲ ମାନ୍ୟତା ପାଇଛି l କାପ୍ତାପଲ୍ଲୀ ପଞ୍ଚାୟତ ର ଅନେକ ଗ୍ରାମରୁ ପିଲାମାନେ ସ୍କୁଲକୁ ଯିବେ l ଯଦି ଦୁର୍ବୁତ୍ତ ମାନେ ଏହିପରି ଡକାୟତି କରିବେ କାପ୍ତାପଲ୍ଲୀ ଅଂଚଳରେ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଲୋକମାନେ ଭୟ କରୁଥିବା ଆଲୋଚନା ହେଉଛି l ଏବେ ପୁଲିସ କଣ କରୁଛି ଦେଖିବାକୁ ବାକିରହିଲା ll

Post a Comment

0 Comments