ନୟାଗଡରେ ୭ ଟି ଥାନାରେ ଇନିସପେକ୍ଟର ସ୍ତରରେ ଅଦଲ ବଦଳ

 



ନୟାଗଡ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ପୂଲିଶ ଇନିସପେକ୍ଟର ସ୍ତରରେ ଅଦଲ ବଦଳ କରିଛନ୍ତି । ସୂଚନା ମୁତବକ ଶରଣ କୁଳ ଥାନା କାର୍ଯ୍ୟରତ ଇନିସପେକ୍ଟର ଜୟଦୀପ ମହାନ୍ତି ଙ୍କୁ ଓଡଗାଁ ଥାନା ,ନୂଆଗାଁ ଥାନା କାର୍ଯ୍ୟରତ ପୁଲିସ ଇନିସପେକ୍ଟର ପୁଷ୍ପଳତା ବେହେରଙ୍କୁ ଶରଣକୁଳ ଥାନା କୁ ବଦଳ କରାଯାଇଛି । ନୟାଗଡ ଥାନା କାର୍ଯ୍ୟରତ ପୁଲିସ ଇନିସପେକ୍ଟର ଦୀପକ କୁମାର ଖଣ୍ଡାୟତ ଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଇଛି । ରିଜର୍ଭ ପୁଲିସ ଥିବା ଇନିସପେକ୍ଟର ଅନିତା ଆହୁଙ୍କୁ ସଦର ଥାନା କୁ ବଦଳି କରାଯାଇଇଛି । ଗଣିଆ ଥାନା କାର୍ଯ୍ୟରତ ଇନିସପେକ୍ଟର ବିମଳ କୁମାର ମଲିକଙ୍କୁ ନୂଆଗାଁ ଥାନା ବଦଳି କରାଯାଇଛି । ସେହିପରି ଭାପୁର ବିଟ ହାଉସ ସବଇନିସପେକ୍ଟର ବିନୟ ରଞ୍ଜନ ପରିଡା ଙ୍କୁ ଗଣିଆ ଥାନାର ଓଆଇସି ଭ୍ବାରେ ବଦଳି କରାଯାଇଛି । ସେହିପରି ଫତେଗଡ ଥାନା ସବ ଇନିସପେଟର ଏମଡି ଜଫୃଲାଲଙ୍କୁ ଭାପୁର ବିଟ ହାଉଶକୁ ବଦଳି କରାଯାଇଛି । ପୁଲିସ ସ୍ତରରେ ୭ ଗୋଟି ଥାନେ ଅଦଲ ବଦଳ ହୋଇଥିବାର ସୂଚନା ମିଳିଛି ।  

Post a Comment

0 Comments