ଖବର ଆଜିର



ତାରିଖ ୦୪/୦୫/୨୩, ଗୁରୁବାର

୧-ବାତ୍ୟା ସମ୍ଭାବନା ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ, କିନ୍ତୁ କେଉଁ ଆଡେ ମାଡିବ ଓ କେତେ ତୀବ୍ରତା ରହିବ ତାହା ଆକଳନ କରିନି।

୨-ଅଧା ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ, ଘଣ୍ଟାଏ ବର୍ଷାରେ ରାଜଧାନୀ ବେହାଲ।

୩-ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ୬ ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୪-ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମହାମହିମ । ଆଜି ଦିନ ୧୦ଟାରେ ପହଁଞ୍ଚିବେ ପାହାଡପୁର । ସଜେଇ ହୋଇଛି ରାଇରଙ୍ଗପୁର ସହର।

୫-ତିନି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି।ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ କୁମାର ଷଡ଼ଙ୍ଗୀ ଓ ୱାଇବି ଖୁରାନିଆଙ୍କୁ ପଦୋନ୍ନତି ଦିଆଯାଇଛି।

୬-ଦ୍ୱାଦଶ ଓ ANM ପାଶ୍ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡିଶାରେ ସରକାରୀ ଚାକିରି,ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କର ମୋଟ ୨୭୫୩ ପଦବୀ ପୂରଣ ହେବ: osssc.gov.in ।

୭-ସୁଲଭ ମୂଲ୍ୟରେ ଦକ୍ଷିଣ- ପୂର୍ବ ଏସୀୟ ସହରକୁ ଯାତ୍ରା କରିପାରିବେ ଓଡ଼ିଶାବାସୀ, ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବାର ଟିକେଟ ବିକ୍ରି ଆରମ୍ଭ ।

୮-ଭୁବନେଶ୍ୱର:ନାଇଜର ବୈଜ୍ଞାନିକ ଡ.ହିମାଂଶୁ ବିଶ୍ବାଳ, ଲଣ୍ଡନ ସ୍ଥିତ 'ଦ ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରିର ଫଲୋ ଭାବେ ସ୍ଥାନ ପାଇଲେ।

୯-ଉପାନ୍ତରେ ଯୋଜନା ବାଟବଣା, ଅଙ୍ଗନବାଡ଼ି ଦୁଆର ମାଡ଼ି ନାହାନ୍ତି ୩ ହଜାର ଶିଶୁ।

୧୦-ବିଜେଡିରେ ମିଶିଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ।

୧୧-ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ।

୧୨-ପୁରୀ:ଲାଇଫ ଗାର୍ଡଙ୍କ କଥା ନମାନି ସମୁଦ୍ରରେ ଗାଧୋଇବା ହେଲା କାଳ, ଚାଲିଗଲା ବାପ ପୁଅଙ୍କ ଜୀବନ।

୧୩-ଲକ୍ଷେ ଟପିଲାଣି ବାଇକ୍ ଦାମ୍ । ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି । କମିବାରେ ଲାଗିଛି ଦୁଇ ଚକିଆ ଗାଡ଼ିର ବିକ୍ରି।

୧୪-IPL 2023 : ଚମକିଲେ ସୂର୍ଯ୍ୟ, ବର୍ଷିଲେ ଇଶାନ, ପଞ୍ଜାବକୁ ୬ ୱିକେଟ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ।

୧୫-ତାରିଖରେ ଓଡ଼ିଶା ଆସିପାରନ୍ତି ନୀତିଶ । ନବୀନଙ୍କ ସହ ଆଲୋଚନା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର।

୧୬-ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ୍ ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ସ୍ଥିତି ଅନୁଧ୍ୟାନ ସହ କଲେ ଭିଡିଓଗ୍ରାଫି । ୧୦ ତାରିଖରେ ଓଡ଼ିଶା ଗସ୍ତ।

୧୭-୩୭୦୦ ଲୋକଙ୍କୁ ଚୂନ ମାରିଲା ଡିଜିଟାଲ ଠକେଇ ନେଟଓ୍ଵର୍କ, EOW ଜାରି କଲା ଚେତାବନୀ।

୧୮-ସର୍ବିଆର ଏକ ବିଦ୍ୟାଳୟରେ ଗୁଳିକାଣ୍ଡ – ୮ ଛାତ୍ର ଓ ଜଣେ ସୁରକ୍ଷା କର୍ମୀ ନିହତ।

୧୯-ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ, ପୁତିନ ସୁରକ୍ଷିତ।

Post a Comment

0 Comments